ସୁବର୍ଣ୍ଣପୁର: ରବି ଋତୁରେ କାଳବୈଶାଖୀ ଓ ଘୁର୍ଣ୍ଣି ଝଡରେ ରବି ଧାନ ବ୍ୟାପକ ପରିମାଣରେ ନଷ୍ଟ ହୋଇଛି । କେତେବେଳେ ଅଦିନିଆ ପ୍ରବଳ ବର୍ଷା ତ କେତେବେଳେ କୂଆପଥର ମାଡରେ ଫସଲ ଉଜୁଡି ଯାଉଛି । ଧାନ କାଟିବା ପୂର୍ବରୁ ଅଦିନିଆ ତୁହାକୁତୁହା ବର୍ଷା ଓ ପବନ ଯୋଗୁଁ ଧାନ ଝଡ଼ିବା ସହିତ କେଣ୍ଡା ଧାନସବୁ ବିଲରେ ଶୋଇ ପଡ଼ିଛି ।
କାଳବୈଶାଖୀରେ ଉଜୁଡିଗଲା ରବି ଧାନ ଫସଲ - Rabi paddy
କାଳବୈଶାଖୀରେ ଝଡ଼ିଗଲା ରବି ଧାନ। ଚିନ୍ତାରେ ଚାଷୀକୂଳ । ଅଧିକ ପଢନ୍ତୁ....
କାଳବୈଶାଖୀରେ ଝଡ଼ିଗଲା ରବି ଧାନ
ଧାନ କ୍ଷେତରୁ ଚାଷୀ ଖଳାରେ ଅମଳ କରିବା ସମୟରେ ଚାଷୀ କ୍ଷତି ସହୁଛି । ସୁବର୍ଣ୍ଣପୁରହୀରାକୁଦ ଜଳସେଚିତ ବିନିକା ଓ ଡୁଙ୍ଗୁରିପାଲି ଅଞ୍ଚଳରେ ଚାଷୀ ଆଉ ହାରବେଷ୍ଟର ବ୍ୟବହାର କରି ପାରୁ ନାହିଁ । କୃଷି ଶ୍ରମିକ ଅଭାବ ସହିତ ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। ଚାଷୀ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଉଭୟ ଜିଲ୍ଲା କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛି ।
ସୁବର୍ଣ୍ଣପୁରରୁ ତିର୍ଥବାସୀ ପଣ୍ତା, ଇଟିଭି ଭାରତ