ଓଡିଶା

odisha

ETV Bharat / state

କାଲି ରାଜ୍ୟ ଶିକ୍ଷା ଅଧିକାର ଆଇନର ପ୍ରଥମ ଜନଶୁଣାଣି - public hearing camp

ମଙ୍ଗଳବାର ଓଡିଶା ରାଜ୍ୟ ଶିକ୍ଷା ଅଧିକାର ଆଇନର ପ୍ରଥମ କ୍ୟାମ୍ପ  ଜନଶୁଣାଣି କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜିତ ହେବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Aug 5, 2019, 9:48 PM IST

ସୁବର୍ଣ୍ଣପୁର: ମଙ୍ଗଳବାର ଓଡିଶା ରାଜ୍ୟ ଶିକ୍ଷା ଅଧିକାର ଆଇନର ପ୍ରଥମ କ୍ୟାମ୍ପ ଜନଶୁଣାଣି କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜିତ ହେବ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ସନ୍ଧ୍ୟାବତୀ ପ୍ରଧାନ ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେବେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ମଙ୍ଗଳବାର ଦିନ 10 ଟା 30 ମିନିଟ ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ କାର୍ଯ୍ୟାଳୟରେ ଏହି ଜନଶୁଣାଣି କରାଯିବ । ତେବେ ଏହି କାର୍ଯ୍ୟକ୍ରମରେ ଶିକ୍ଷା ଅଧିକାରରୁ ବଞ୍ଚିତ ଥିବା ଶିଶୁମାନଙ୍କ ସୁରକ୍ଷା ସଂପର୍କରେ ମିଳିଥିବା 20ଟି ମାମଲାର ବିଚାର କରାଯିବ ।

ତେବେ ଶିଶୁମାନଙ୍କ ଶିକ୍ଷା ଅଧିକାରର ସୁରକ୍ଷା ପାଇଁ ରାଜ୍ୟରେ ପ୍ରଥମ କରି ଏହି ଜନଶୁଣାଣି କରାଯିବ । ଏଥିରେ ଶିଶୁ ହିତାଧିକାରୀଙ୍କ ସମେତ, ଶିକ୍ଷକ, ଅଭିଭାବକ, ଶିକ୍ଷା ଅଧିକାରୀମାନେ ସାମିଲ ହେବେ ।

ଏଥିସହ ଆସନ୍ତା ଅଗଷ୍ଟ 7 ତାରିଖରୁ ଜିଲ୍ଲାରେ ଶିଶୁ ଶିକ୍ଷା ଅଧିକାର ସଂପର୍କିତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ।

ଜିଲ୍ଲାରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ସ୍ବେଛାସେବୀ, ଆଇନଜୀବୀ, ସାମ୍ବାଦିକ ତଥା ବୁଦ୍ଧିଜୀବୀ ଓ ବିଦ୍ୟାଳୟ ଶିକ୍ଷା କମିଟର ସଭ୍ୟ ସଭ୍ୟାମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

ତେବେ ସାର୍ବଜନୀନ ପ୍ରାଥମିକ ଶିକ୍ଷା ପ୍ରତିଟି ଶିଶୁର ମୌଳିକ ଅଧିକାର ଓ ଏଥିରୁ କେହି ବଞ୍ଚିତ ହେବେ ନାହିଁ ବୋଲି ସହରର ସର୍କିଟ ହାଉସଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା କମିଶନ କହିଛନ୍ତି ।

ସୁବର୍ଣ୍ଣପୁରରୁ ତାର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details