ଓଡିଶା

odisha

ETV Bharat / state

ବୀରମିତ୍ରପୁର ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର ଜିଲ୍ଲା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ପଟ୍ଟାଧାରୀମାନଙ୍କୁ ତୁରନ୍ତ ଜମି ଦେବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

By

Published : Nov 6, 2020, 4:57 PM IST

Updated : Nov 6, 2020, 5:16 PM IST

ବୀରମିତ୍ରପୁର ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ବୀରମିତ୍ରପୁର ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର: ଜିଲ୍ଲା ବୀରମିତ୍ରପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୁବର୍ଣ୍ଣପୁର ବିଶାଳପାଲି ଗାଁର ପଟ୍ଟାଧାରୀମାନେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବୀରମିତ୍ରପୁର ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ସୂଚନା ଅନୁଯାୟୀ, ତହସିଲ ତରଫରୁ ଭୂମିହୀନଙ୍କୁ ଦୀର୍ଘ 8 ବର୍ଷ ହେବ ଜମିପଟ୍ଟା ପ୍ରଦାନ କରାଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ଜମି ଚିହ୍ନଟ କରାଯାଇ ନାହିଁ । ଗରିବ ଭୂମିହୀନଙ୍କ ପାଇଁ ସରକାରଙ୍କ ବସୁନ୍ଧରା ଯୋଜନାରେ ଗତ ୨୦୧୨ ମସିହାରେ ଘରଡିହ ପଟ୍ଟା ପ୍ରଦାନ କରାଯାଇଥିଲା । କିନ୍ତୁ ଜମି ପଟ୍ଟା ବଣ୍ଟନ ପରେ ଯାଗା ଚିହ୍ନଟକୁ ସମ୍ପୁର୍ଣ୍ଣ ଭୂଲି ଯାଇଛି ପ୍ରଶାସନ । ଏଥିପାଇଁ ପଟ୍ଟାଧାରୀମାନେ ବାରମ୍ବାର ରାଜସ୍ବ ନିରୀକ୍ଷକଙ୍କ ଦ୍ବାରସ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।

ଫଳରେ ବହଳପଦ ପଞ୍ଚାୟତର ସମିତି ସଭ୍ୟ ପୀତାମ୍ବର ସାହୁଙ୍କ ନେତୃତ୍ବରେ ବିଶାଳପାଲି ଗାଁର ସମସ୍ତ ୩୧ ଜଣ ପଟ୍ଟାଧାରୀ ଆଜି(ଶୁକ୍ରବାର) ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତୁରନ୍ତ ଯାଗା ଚିହ୍ନଟ ପାଇଁ ପଟ୍ଟାଧାରୀମାନେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହ ମାମଲାର ସମାଧାନ ନ ହେଲେ ଆଗାମୀ ଦିନରେ ତହସିଲ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଆବେଦନକାରୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Nov 6, 2020, 5:16 PM IST

ABOUT THE AUTHOR

...view details