ଓଡିଶା

odisha

ETV Bharat / state

କୁକୁଡା ଫାର୍ମ ସ୍ଥାନାନ୍ତରଣ ପାଇଁ ରାସ୍ତା ଅବରୋଧ

କୁକୁଡା ଫାର୍ମ ସ୍ଥାନାନ୍ତରଣ କରିବା ପାଇଁ ରାସ୍ତା ଅବରୋଧ । ଚଡେଇ ପଙ୍କ ପଞ୍ଚାୟତ ଅନ୍ତର୍ଗତ ଅଏଁଲାଛାଟର ପ୍ରାୟ 12 ଖଣ୍ଡ ଗାଁ ଲୋକେ କରିଛନ୍ତି ଅବରୋଧ ।

By

Published : Jun 11, 2019, 11:22 AM IST

ଫଟୋ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଚଡେଇପଙ୍କ ପଞ୍ଚାୟତ ଅନ୍ତର୍ଗତ ଅଏଁଲାଛାଟ ଛକରେ ରାସ୍ତା ଅବରୋଧ କରାଯାଇଛି । ଧର୍ମଶାଳା ସମ୍ବଲପୁର ରାଜ୍ୟ ରାଜପଥକୁ 4 ଟି ପଞ୍ଚାୟତର 12ଖଣ୍ଡ ଗାଁର ଲୋକେ ଅବରୋଧ କରିଛନ୍ତି । ଦୀର୍ଘ ଦିନରୁ ଅଏଁଲାଛାଟ ଛକ ନିକଟରେ ଥିବା କୁକୁଡା ଫାର୍ମ ସ୍ଥାନାନ୍ତରଣ କରିବା ପାଇଁ ଜନସାଧାରଣ ପ୍ରଶାସନ ପାଖରେ ଗୁହାରୀ କରି ଆସୁଛନ୍ତି । କୁକୁଡା ଫାର୍ମ ଯୋଗୁଁ ସେଠାରେ ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବା ବେଳେ ଜନସାଧାରଣ ପ୍ରଦୂଷଣ ଭିତରେ ଜୀବନ ଯାପନ କରି ଆସୁଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

କୁକୁଡା ଫାର୍ମକୁ ସ୍ଥାନାନ୍ତର ଅବା କୁକୁଡା ଫାର୍ମରୁ ନିର୍ଗତ କଠିନ ଓ ତରଳ ବର୍ଜ୍ୟବସ୍ତୁର ସଠିକ ପରିଚାଳନା ପାଇଁ ଲୋକେ ଦାବି କରିଛନ୍ତି । ହେଲେ ପ୍ରଶାସନ ଜନସାଧାରଣଙ୍କ ଦାବି ଆପତ୍ତି ଶୁଣୁ ନଥିବାରୁ ଆଜି ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଅଏଁଲାଛାଟ ଛକରେ ଦୋକାନ ବଜାର ବନ୍ଦ କରିବା ସହିତ ରାସ୍ତା ଅବରୋଧ କରିଛନ୍ତି ।

ଫଳରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଛି । ଉଲୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି । ବୀରମହାରାଜପୁର ଏସଡିପିଓ ଧୀରଜ ଚୋପଦାର ଘଟଣାସ୍ଥଳକୁ ପହଞ୍ଚି ରାସ୍ତା ଅବରୋଧର ନେତୃତ୍ବ ନେଉଥିବା ବ୍ୟକ୍ତିଙ୍କ ସହିତ ଆଲୋଚନା କରୁଛନ୍ତି ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details