ସୁବର୍ଣ୍ଣପୁର: ଶହ ଶହ ଏକର ଜମି ଉପରେ ବେଆଇନ ଜବରଦଖଲକୁ ପ୍ରତିବାଦ କରି ତାତିଛନ୍ତି ତିଳେଇମାଲ ଗ୍ରାମବାସୀ । ଏନେଇ ଏମାନେ ବିରମହରାଜପୁର ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ତହସିଲଦାରଙ୍କୁ ଆଠ ଦଫା ଦାବି ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ବେଆଇନ ଜବରଦଖଲ ପ୍ରତିବାଦରେ ତାତିଲା ତିଳେଇମାଲ
ଜଙ୍ଗଲ ଜମିର ବେଆଇନ ଜବରଦଖଲକୁ ବିରୋଧ କରି ତହସିଲଦାରଙ୍କୁ 8 ଦଫା ଦାବି ପତ୍ର ଦେଇଛନ୍ତି ସୁବର୍ଣ୍ଣପୁରର ତିଳେଇମାଲ ଗ୍ରାମବାସୀ ।
ଫଟୋ ସୌଜନ୍ୟ- ସମ୍ବାଦଦାତା, ସୁବର୍ଣ୍ଣପୁର
2015 ମସିହାରୁ ଜାଲ କାଗଜପତ୍ର ତିଆରି କରି ବହୁ ଲୋକ ଜଙ୍ଗଲ ଜମି ଗୁଡିକ ନିଜ ନାଁ ରେ କରିଚାଲିଛନ୍ତି । ଅନେକ ଜବର ଦଖଲ ଜମି ଏବେ ଚାଷ ଜମିରେ ପରିଣତ ହୋଇଛି । ଫଳରେ ଗୋଚର ଜମି ପାଇଁ ସ୍ଥାନ ଅଭାବ ହେଉଛି । ଏଭଳି ଅଭିଯୋଗ କରି ସମସ୍ତ ଜବର ଦଖଲକୁ ଉଚ୍ଛେଦ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ