ଓଡିଶା

odisha

ETV Bharat / state

ଆସିପାରିଲାନି ଆମ୍ବୁଲାନ୍ସ, ପୁଣି ଖଟିଆରେ ଗର୍ଭବତୀ - ଖଟିଆରେ ବୁହାହେଲେ ଗର୍ଭବତୀ

ବିକାଶର ଆଉ ଏକ ନଗ୍ନ ଚିତ୍ର । ପୁଣି ରାଜ୍ୟରେ ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଯୋଗୁଁ ଗାଁକୁ ଗଡ଼ିପାରିଲାନି ଆମ୍ବୁଲାନ୍ସ । ଫଳରେ ଖଟିଆରେ 2 କିମି ବୁହାହେଲେ ଗର୍ଭବତୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Oct 20, 2019, 11:03 AM IST

Updated : Oct 20, 2019, 11:16 AM IST

ସୁବର୍ଣ୍ଣପୁର: ପଦାରେ ପଡ଼ିଛି ସରକାରଙ୍କର ବାସ୍ତବ ବିକାଶର ଚିତ୍ର । ଗାଁକୁ ଗଡ଼ିପାରିଲାନି ଆମ୍ବୁଲାନ୍ସ । ଖଟିଆରେ ଦୁଇ କିଲୋମିଟର ବୁହାହେଲେ ଗର୍ଭବତୀ । ବୀରମହାରାଜପୁର ଉପଖଣ୍ଡ ଦୁର୍ଜନତୈଲା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୟନୀୟ ଚିତ୍ର ।

ଆସିପାରିଲାନି ଆମ୍ବୁଲାନ୍ସ, ପୁଣି ଖଟିଆରେ ଗର୍ଭବତୀ

ଶନିବାର ବିଳମ୍ବିତ ରାତିରେ ମସିଣାପାଲି ଗ୍ରାମର ଲଳିତା ଭୋଇ ନାମକ ଜଣେ ଗର୍ଭବତୀ ମହିଳାଙ୍କର ସ୍ବାସ୍ଥ୍ୟ ଉଦବେଗ ଜନକ ରହିଥିଲା । ଗ୍ରାମର ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଘର ଠାରୁ ଦୁଇ କି.ମି ପଛରେ ରହିଥିଲା । ଫଳରେ ଆଶାକର୍ମୀଙ୍କ ସହାୟତାରେ ଖଟିଆରେ ବୁହା ହୋଇଥିଲେ ଗର୍ଭବତୀ ।

ମଶିଣାପାଲିରୁ ଠେଙ୍ଗୋ ଡ୍ୟାମ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଖରାପ ଯୋଗୁଁ ଅଟକି ଯାଇଥିଲା ୧୦୮ ଆମ୍ବୁଲାନ୍ସ । ଗୋଟେପଟେ ରାଜ୍ୟ ସରକାର ବିକାଶର କଥା କହୁଥିବା ବେଳେ ଅନ୍ୟପଟେ ଗୋଟେ ପରେ ଗୋଟେ ଜନନୀ ଯନ୍ତ୍ରଣା ଭଳି ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Oct 20, 2019, 11:16 AM IST

ABOUT THE AUTHOR

...view details