ଓଡିଶା

odisha

ETV Bharat / state

ପିଏମ ଆବାସ ଯୋଜନାରେ ପାତରଅନ୍ତର: ହିତାଧିକାରୀଙ୍କୁ ମିଳୁନି ଘର

ମଲ୍ଲିକମୁଣ୍ଡା ପଞ୍ଚାୟତର କେନ୍ଦୁମୁଣ୍ଡା ଗାଁର ଅଧିକାଂଶ ଲୋକେ ଝାଟିମାଟି ଘରେ ରହୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ପାଇଁ ସର୍ଭେ ଠିକ ହୋଇନାହିଁ ଓ ହିତାଧିକାରୀ ଚୟନରେ ପାତରଅନ୍ତର ହେଉଥିବା ଅଭିଯୋଗ ହୋଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତରଅନ୍ତର: ମଲ୍ଲିକମୁଣ୍ଡା ପଞ୍ଚାୟତରେ ହିତାଧିକାରୀଙ୍କୁ ମିଳୁନି ଘର
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତରଅନ୍ତର: ମଲ୍ଲିକମୁଣ୍ଡା ପଞ୍ଚାୟତରେ ହିତାଧିକାରୀଙ୍କୁ ମିଳୁନି ଘର

By

Published : Jun 7, 2020, 9:22 PM IST

Updated : Jun 7, 2020, 10:24 PM IST

ସୁବର୍ଣ୍ଣପୁର: ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ମଲ୍ଲିକ ମୁଣ୍ଡା ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ମଲ୍ଲିକମୁଣ୍ଡା ପଞ୍ଚାୟତର କେନ୍ଦୁମୁଣ୍ଡା ଗାଁର ଅଧିକାଂଶ ଲୋକେ ଝାଟିମାଟି ଘରେ ରହୁଥିବା ବେଳେ ପରିଣତ ବୟସରେ ପହଞ୍ଚିଥିବା ବୟସ୍କଙ୍କ ଭାଗ୍ୟକୁ ବି ଘର ଖଣ୍ଡିଏ ଜୁଟୁନାହିଁ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତରଅନ୍ତର: ମଲ୍ଲିକମୁଣ୍ଡା ପଞ୍ଚାୟତରେ ହିତାଧିକାରୀଙ୍କୁ ମିଳୁନି ଘର

କେନ୍ଦୁମୁଣ୍ଡାରୁ ଏପରି ଏକ ଦୃଶ୍ୟ ସାମନାକୁ ଆସିଛି । ଜଣେ ବୃଦ୍ଧା ମଧ୍ୟାହ୍ନରେ ଖୋଲା ଆକାଶ ତଳେ ଟାଇଁ ଟାଇଁ ଖରାରେ ରୋଷେଇ କରୁଥିଲେ । ପ୍ରଧାନମନ୍ତ୍ରୀ ଆବାସ ଘର ଖଣ୍ଡିଏ ପାଇଁ ସରପଞ୍ଚଙ୍କ ପାଖରୁ ଆରମ୍ଭ କରି ବିଡିଓଙ୍କ ଯାଏଁ ଅନେକ ଥର ଦରଖାସ୍ତ ଦେଲେଣି । ଗୁହାରୀ କଲେଣି ହେଲେ ନା ମିଳୁଛି ବିଜୁ ପକ୍କାଘର , ନା ପ୍ରଧାନମନ୍ତ୍ରୀ ଆବାସ । ଏପରିକି ଉଜ୍ଜଳା ଯୋଜନାରେ ଜାଳେଣୀ ଗ୍ୟାସ ସଂଯୋଗ ବି ପାଇ ନାହାନ୍ତି ।

ସେହିପରି ଗାଁର ଦଶରଥ ବାଘ ବି ଝାଟିମାଟିର କୁଡିଆ କରି ସପରିବାର ରହୁଛନ୍ତି । ଦଶରଥଙ୍କ ପୁଅ ନରସିଂହ ବି ଝାଟିମାଟିର ଘର ବଖରାଏ କରି ସପରିବାର ରହୁଛନ୍ତି । ତେବେ ଅଧିକାଂଶ ଗରିବ ହିତାଧିକାରୀଙ୍କୁ ଘର ଖଣ୍ଡିଏ ମିଳି ନ ଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ସର୍ଭେ ଠିକ ହୋଇନାହିଁ ଓ ହିତାଧିକାରୀ ଚୟନରେ ପାତରଅନ୍ତର ହେଉଥିବା ଅଭିଯୋଗ ହେଉଛି । ଅପରପକ୍ଷରେ ହିତାଧିକାରୀ ଲିଷ୍ଟରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏଥର ନିଶ୍ଚିତ ବାସଗୃହ ଯୋଜନାରେ ସାମିଲ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Jun 7, 2020, 10:24 PM IST

ABOUT THE AUTHOR

...view details