ଓଡିଶା

odisha

ETV Bharat / state

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ପ୍ରଣୟନ ଦାବି - ବିଶ୍ୱ ଜନସଂଖ୍ୟା ନିୟନ୍ତ୍ରଣ ଦିବସ

ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଦେଶରେ ଏକ କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବି । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ

ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବି
ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବି

By

Published : Jul 11, 2023, 10:43 PM IST

ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବି

ସୁବର୍ଣ୍ଣପୁର: ଆଜି ବିଶ୍ୱ ଜନସଂଖ୍ୟା ଦିବସ । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ସେହିପରି ଆଜି ଜିଲ୍ଲା ଜନସଂଖ୍ୟା ଫାଉଣ୍ଡେସନ ପକ୍ଷରୁ ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ସଂସଦରେ ବିଲ ଆଣିବା ପାଇଁ ଦାବି କରାଯାଇଛି । ଶିଶୁ ଓ ମାତୃ ମୃତ୍ୟୁ ହାର ରୋକିବା ସହିତ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ଉପରେ ଗୁରୁତ୍ୱ ଦେଇ ଗ୍ରାମୀଣ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ଦାବି ହୋଇଛି।

ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ବ୍ୟାନର ପୋଷ୍ଟର ଜରିଆରେ ସଚେତନତା କରାଯାଇଛି । ସ୍ୱାସ୍ଥ୍ୟ କର୍ମୀ ଘର ଘର ବୁଲି ଉଭୟ ପୁରୁଷ ଓ ମହିଳାଙ୍କ ଭିତରେ ସ୍ୱାସ୍ଥ୍ୟ ସଚେତନତା କରିବା ସହିତ ସେମାନଙ୍କୁ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ରାଜି କରେଇବା ଉପରେ ଗୁରୁତ୍ୱ କରାଯାଇଛି । ହୁ ହୁ ହୋଇ ବଢୁଥିବା ଜନସଂଖ୍ୟା ଯୋଗୁଁ ସମ୍ବଳର ଅଭାବ ହେଉଛି। ଗ୍ରାମୀଣ ଅଞ୍ଚଳରେ ଅଧିକ ସନ୍ତାନ ସନ୍ତତି ଜନ୍ମ ହେବା ଯୋଗୁଁ ମହିଳାମାନଙ୍କ ସ୍ୱାସ୍ଥ୍ୟହାନୀ ହେବା ସହିତ ଶିଶୁମାନେ ଅପପୃଷ୍ଟିର ଶିକାର ହେଉଛନ୍ତି ।

ପ୍ରସୂତୀ ମହିଳାମାନେ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ପାଉ ନାହାଁନ୍ତି। ତେଣୁ ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ସ୍ୱାସ୍ଥ୍ୟ ବିଭାଗ ଵିଶେଷ ଧ୍ୟାନ ଦେବାକୁ ଦାବି କରିଛନ୍ତି। ମହିଳାମାନଙ୍କ ଭିତରେ ସଚେତନତା ସୃଷ୍ଟି ହେଲେ ଜନସଂଖ୍ୟା ରୋକିବା ସମ୍ଭବ ବୋଲି ଫାଉଣ୍ଡେସନର କାର୍ଯ୍ୟକର୍ତା କହିଛନ୍ତି। ଦୁଇଟି ସନ୍ତାନ ଯଥେଷ୍ଟ। ଆମେ ଦୁଇ ଓ ଆମର ଦୁଇ ସ୍ଲୋଗାନକୁ କେବଳ ସ୍ଲୋଗାନ ଭାବେ ନରଖି ଏହାକୁ ଆଇନରେ ପରିଣତ କରିବା ପାଇଁ ଦାବି ହୋଇଛି।

ଜିଲ୍ଲାରେ ଦ୍ରୁତ ଗତିରେ ଜନସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଶିକ୍ଷା ,ସ୍ୱାସ୍ଥ୍ୟ ଓ କୃଷି ଉତ୍ପାଦନ ସମ୍ବଳ ଅଭାବ ହେବାରେ ଲାଗିଛି । ଜିଲ୍ଲାର ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହେଉଛି । କୃଷି ଉତ୍ପାଦନ ହ୍ରାସ ପାଉଛି।ପୂର୍ବରୁ ଜିଲ୍ଲା କୃଷି ଉତ୍ପାଦନ ରପ୍ତାନୀ କରୁଥିବା ବେଳେ ଏବେ ଆମଦାନୀରେ ବୃଦ୍ଧି ହୋଇଛି।ତେବେ ହୁ ହୁ ହୋଇ ବଢୁଥିବା ଜନସଂଖ୍ୟା ଏହାର ମୂଳ କାରଣ ବୋଲି ଫାଉଣ୍ଡେସନ ଦାବି କରିଛି । ତେବେ ଆଗାମୀ ସଂସଦ ଅଧିବେଶନରେ କେନ୍ଦ୍ର ସରକାର ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଆଇନ ପ୍ରଣୟନ କରିବା ପାଇଁ ଦାବି କରାଯାଇଛି । ଏହାସହ ଆଇନ ଖିଲାପକାରୀଙ୍କୁ ସରକାରୀ ସହାୟତାରୁ ବଞ୍ଚିତ କରିବା ସହିତ ଉଭୟ ଅର୍ଥ ଓ ଜେଲ ଦଣ୍ଡର ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details