ସୁବର୍ଣ୍ଣପୁର:ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ମହାନଦୀ । ସୁବର୍ଣ୍ଣପୁର ସହରରେ ଏକ ମାତ୍ର ନଦୀ ପ୍ରବାହିତ ହେଉଥିବାବେଳେ ନିର୍ଗତ ଦୂଷିତ ପାଣି ସିଧାସଳଖ ମହାନଦୀରେ ମିଶୁଛି । ପୌର ପରିଷଦର ଖାମ ଖିଆଲି ମନୋବୃତ୍ତି ଯୋଗୁଁ ଦିନକୁ ଦିନ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ସହରରେ ଥିବା ବିଭିନ୍ନ ଅଞ୍ଚଳର ଡ୍ରେନ ପାଣି ସିଧାସଳଖ ମହାନଦୀରେ ମିଶୁଛି । ଡ୍ରେନେଜ ବ୍ୟବସ୍ଥା ତଥା ଅସମ୍ପୂର୍ଣ୍ଣ ଡ୍ରେନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଅପରପକ୍ଷେ ନୀତିଦିନ ସ୍ନାନ ଶୌଚ ଏବଂ ଅଧିକାଂଶ ଲୋକେ ପିଇବା ପାଣି ପାଇଁ ନିର୍ଭର କରୁଛନ୍ତି । ମହାନଦୀକୁ ପାଣିକୁ ବ୍ୟବହାର କରି ନାନାଦି ରୋଗରେ ଶିକାର ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଅପରପକ୍ଷେ ସରକାର ଶୁଦ୍ଧ ପାନୀୟ ଜଳ ଯୋଗାଣରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ବାଟ ମାରଣ ହୋଇ ସଫଳ ରୂପାୟନ ହୋଇ ପାରୁନାହିଁ ।