ଓଡିଶା

odisha

ETV Bharat / state

ପୋଲିସ ହାତରେ 11ଜୁଆଡି

ପୋଲିସ ହାତରେ 11 ଜଣ ଜୁଆଡି । ସୁବର୍ଣ୍ଣପୁର ବିନକା ଅଞ୍ଚଳରେ ପୋଲିସର ଚଢଉ । ଆଗକୁ ପଢନ୍ତୁ...

By

Published : Dec 17, 2019, 3:50 AM IST

police arrested 11 smuggler from sonepur
ପ୍ରତିକାତ୍ମକ ଫଟୋ

ସୁବର୍ଣ୍ଣପୁର:ବିନିକା ପୋଲିସ ହାତରେ 11 ଜଣ ଜୁଆଡି । ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ରବିବାର ବିନିକା ଥାନା ଅନ୍ତର୍ଗତ ହୁତୁମା ଗାଁରେ ପୋଲିସ ଚଢ଼ାଉ କରି ଜୁଆ ଖେଳାଳୀଙ୍କୁ ହୁତୁମାର ଜୋରଖଣ୍ଡିରୁ ଗିରଫ କରିଥିଲା ।

ପୋଲିସ ହାତରେ 11ଜୁଆଡି

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଜୁଆ ଆଡ୍ଡାରେ ଚଢ଼ାଉ କରିବା ପାଇଁ ଏକ ସ୍ବତନ୍ତ୍ର ଦଳ ଗଠନ କରିଥିଲେ । ପୂର୍ବରୁ ବିନିକା ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଜୁଆ ଖେଳକୁ ନେଇ ଏସପିଙ୍କୁ ଅଭିଯୋଗ କରିଥିଲେ ।

ରବିବାର ରାତିରେ ଚଢ଼ାଉରେ ପୋଲିସ ଜୁଆଡିଙ୍କ ସମେତ 22 ଗୋଟି ମୋଟର ସାଇକେଲ , 7ଟି ସାଇକେଲ , ଚାରୋଟି କାର ସହିତ ପ୍ରାୟ 11 ହଜାର ଟଙ୍କା ବତ କରିଥିଲା। ଆଜି 11ଜଣ ଜୁଆଡିଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଫେରାର ଲୋକଙ୍କୁ ଖୋଜୁଥିବା ଜଣା ପଡ଼ିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details