ଓଡିଶା

odisha

ETV Bharat / state

ଇଚ୍ଛାଶକ୍ତି ଆଗରେ ହାର ମାନିଲା ଶାରୀରିକ ଅକ୍ଷମତା

ସୁବର୍ଣ୍ଣପୁର ଜିଲ୍ଲା ଦଶରାଜପୁର ଗାଁର 41 ବର୍ଷିୟ ଜଗନ୍ନାଥ ଦାସ । ଜିଲ୍ଲାର ଉଲୁଣ୍ଡା ବ୍ଳକର ନିମ୍ନା ଗାଁରେ ରହିଛି ତାଙ୍କ ସାଇକେଲ ଦୋକାନ । ସଡକ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଦୁଇ ଗୋଡ ଓ ଗୋଟିଏ ହାତ ଅଚଳ ହୋଇଗଲା ପରେ ନିଜସ୍ୱ ଉଦ୍ୟମରେ ଏକ ସାଇକେଲ ଦୋକାନ ଖୋଲି ସ୍ବାବଲମ୍ବୀ ହୋଇପାରିଛନ୍ତି ।

By

Published : Jun 5, 2019, 11:55 PM IST

ଫଟୋ ସୌଜନ୍ୟ- ପ୍ରତିିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ବାସ ବଳରେ ଜଣେ ଦିବ୍ୟାଙ୍ଗ ସାଧାରଣ ଲୋକଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି । ନିଜସ୍ବ ଉଦ୍ୟମରେ କିଛି ଉପାର୍ଜନ କରି ନିଜେ ପ୍ରତିପୋଷଣ କରୁଛନ୍ତି । ସାଇକେଲ ମରାମତି ବ୍ୟବସାୟରେ ଯାହା କିଛି ଉପାର୍ଜନ ହେଉଛି ସେଥିରେ ତାଙ୍କର ଦୈନନ୍ଦିନ ଖର୍ଚ୍ଚ ଉଠିଯାଉଛି । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ଦଶରାଜପୁର ଗାଁର 41 ବର୍ଷୀୟ ଭିନ୍ନକ୍ଷମ ବ୍ୟକ୍ତି ଜଗନ୍ନାଥ ଦାସଙ୍କ କଥା । ଗୋଡ ଦୁଇଟି ଓ ଗୋଟିଏ ହାତ କିଛି ମାତ୍ରାରେ ଅଚଳ ହୋଇପଡିଥିଲେ ବି ନିଜର ଉଦ୍ୟମରେ ସେ ରୋଜଗାରିଆ ହେବାରେ ସକ୍ଷମ ହୋଇଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲା ଦଶରାଜପୁର ଗାଁର 41 ବର୍ଷୀୟ ଜଗନ୍ନାଥ ଦାସ । ଜିଲ୍ଲାର ଉଲୁଣ୍ଡା ବ୍ଳକର ନିମ୍ନା ଗାଁରେ ରହିଛି ତାଙ୍କ ସାଇକେଲ ଦୋକାନ । ପାଠପଢିବା ସମୟରେ ହିଁ ସଡକ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଦୁଇ ଗୋଡ ଓ ଗୋଟିଏ ହାତ ଅଚଳ ହୋଇଗଲା । ଏହାପରେ ପାଠପଢା ବନ୍ଦ । ଏବେ ଚଳିବେ କେମିତି ସେ ଚିନ୍ତା । ଏକ ସାଇକେଲ ଦୋକାନ ଖୋଲି ଦୁଇ ପଇସା ରୋଜଗାରରେ ଲାଗି ପଡିଲେ ଜଗନ୍ନାଥ । ନିଜସ୍ବ ଉଦ୍ୟମରେ ସାଇକେଲ ଦୋକାନ ଖୋଲି ଦୁଇ ପଇସା ରୋଜଗାର କରୁଥିବା ଜଗନ୍ନାଥଙ୍କୁ ସରକାରୀ ସହାୟତା ମିଳିଲେ ସେ ଉପକୃତ ହୁଅନ୍ତେ ।

ଜଗନ୍ନାଥ ଅବିବାହିତ । ବଡଭାଇ ଘରେ ତାଙ୍କର ରହିବା ଖାଇବା ଶୋଇବା ସବୁକିଛି । ଯାହା କିଛି ମିଳେ ନିଜେ କିଛି ଖର୍ଚ୍ଚ କରି ପୁତୁରା ଝିଆରୀଙ୍କ ପାଠପଢା ପାଇଁ ବି ଖର୍ଚ୍ଚ କରନ୍ତି । ସକାଳ ହେଲେ ଦଶରାଜପୁର ଗାଁରୁ ଦୁଇ କିଲୋମିଟର ବାଟ ନିଜର ତିନିଚକିଆ ସାଇକେଲରେ ନିମ୍ନା ଗାଁକୁ ଦୋକାନ ଖୋଲିଯାଆନ୍ତି । ତାଙ୍କ ପାଇଁ ସରକାରୀ ସହାୟତା କହିଲେ କେବଳ ମାସିକ ଭିନ୍ନକ୍ଷମ ଭତ୍ତା । ହେଲେ ଭତ୍ତାକୁ ଛାଡିଦେଲେ ସବୁ ସରକାରୀ ଯୋଜନା ଯେପରି ଜଗନ୍ନାଥଙ୍କ ପାଇଁ ଅପହଞ୍ଚ ।

ନିଜସ୍ବ ଉଦ୍ୟମ ବଳରେ ଦିବ୍ୟାଙ୍ଗ ଜଗନ୍ନାଥ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ହେଲେ ଏହି ଉଦ୍ୟମୀ ବ୍ୟକ୍ତିଙ୍କୁ ଅଧିକ ଆତ୍ମନିର୍ଭରଶୀଳ କରିବାକୁ ଥିବା ସବୁ ସରକାରୀ ଯୋଜନା ମୂଲ୍ୟହୀନ ହୋଇପଡିବା ନିହାତି ଦୁଃଖର ବିଷୟ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details