ଓଡିଶା

odisha

ETV Bharat / state

ଟୋଲଗେଟ ବନ୍ଦ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର ଜିଲ୍ଲା ନଣନ୍ଦମାଲ ଛକରେ ଥିବା ଅଙ୍ଗନଦୀ ପୋଲ ଟୋଲଗେଟରୁ ବେଆଇନ ଭାବେ ଟିକସ ଆଦାୟ ହେଉଥିବା ଅଭିଯୋଗ ହୋଇଛି। ଏନେଇ ଏକ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

toll gate in subarnapur
ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

By

Published : Feb 3, 2020, 6:05 PM IST

ସୁବର୍ଣ୍ଣପୁର: ବେଆଇନ ଟିକସ ଆଦାୟକୁ ବିରୋଧ କରି ଟୋଲଗେଟ ବନ୍ଦ କରିବାକୁ ଜୋର ଧରିଛି ଦାବି । ସୁବର୍ଣ୍ଣପୁର ଜିଲ୍ଲା ନଣନ୍ଦମାଲ ଛକରେ ଥିବା ଅଙ୍ଗନଦୀ ପୋଲ ଟୋଲଗେଟରୁ ବେଆଇନ ଭାବେ ଟିକସ ଆଦାୟ ହେଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ବେଚ୍ଛାସେବୀ ସଙ୍ଗଠନ ପରିବର୍ତ୍ତନ ପକ୍ଷରୁ ଟୋଲଗେଟ ଉଚ୍ଛେଦ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

1993 ମସିହାରୁ ଏହି ଟୋଲଗେଟରୁ ଟିକସ ଆଦାୟ କରାଯାଇ ଆସୁଛି। ଏଯାଏଁ ପ୍ରାୟ 6 କୋଟି 50 ଲକ୍ଷରୁ ଅଧିକ ଟଙ୍କାର ରାଜସ୍ବ ଆଦାୟ କରାଯାଇଛି। ଏପରିକି ପୋଲର ବ୍ୟୟ ଅଟକଳରୁ ଦେଢ଼ଗୁଣା ରାଜସ୍ବ ଆଦାୟ ହୋଇ ସାରିଥିଲେ ମଧ୍ୟ ଟୋଲଗେଟ ଉଚ୍ଛେଦ କରାଯାଉ ନଥିବା ଅଭିଯୋଗ ହୋଇଛି ।

ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ତୁରନ୍ତ ଏହି ଟୋଲଗେଟକୁ ଉଚ୍ଛେଦ କରିବା ଦାବିରେ ସ୍ବେଚ୍ଛାସେବୀ ବଳଦେବ ବେଦବାକଙ୍କ ନେତୃତ୍ବରେ ଶତାଧିକ ଯୁବକ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ବ୍ୟାପକ କରିବେ ବୋଲି ଆନ୍ଦୋଳନକାରୀ ସ୍ବେଚ୍ଛାସେବୀ କହିଛନ୍ତି ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details