ଓଡିଶା

odisha

ETV Bharat / state

ଅନଲାଇନରେ ଅଭିଯୋଗ କରିବେ ସୁବର୍ଣ୍ଣପୁରବାସୀ - ଅନଲାଇନରେ ଅଭିଯୋଗ

କୋଭିଡ-19 ସଂକ୍ରମଣକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଛି । ଜନସାଧାରଣ ଅନଲାଇନରେ ଅଭିଯୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

complain
ଅନଲାଇନରେ ଅଭିଯୋଗ କରିବେ ଜନସାଧାରଣ

By

Published : Jul 15, 2020, 3:03 PM IST

ସୁବର୍ଣ୍ଣପୁର: କୋଭିଡ-19 ସଂକ୍ରମଣକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଛି । ଜନସାଧାରଣ ଅନଲାଇନରେ ଅଭିଯୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଜନସାଧାରଣ grievance.coll.subarnapur@gmail.comରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିପାରିବେ ।

ଅନଲାଇନରେ ଅଭିଯୋଗ କରିବେ ଜନସାଧାରଣ

ତେବେ ଅନେକ ସମୟରେ ଜନସାଧାରଣ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରି ନିଜ ଅଭିଯୋଗ ବ୍ୟକ୍ତିଗତ ଭାବେ ଉପସ୍ଥାପନ କରୁଥିଲେ । ଜିଲ୍ଲାର ପ୍ରତିଟି କାର୍ଯ୍ୟଳୟରେ ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ପିନ୍ଧିବା ଭଳି ଲୋକଙ୍କୁ ସଚେତନ କରିବା ସହିତ ଅଭିଯୋଗ ଶୁଣୁଥିଲେ।

ତେବେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ କରିବା ସହିତ ଅନଲାଇନରେ ଅଭିଯୋଗ କରିବା ପାଇଁ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ସେହିପରି ଜିଲ୍ଲାର ଅନେକ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ଅନଲାଇନ ଅଭିଯୋଗ କରିବା ପାଇଁ କୁହାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details