ଓଡିଶା

odisha

ETV Bharat / state

ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ,ଦୁଲଦୁଲିରେ କମ୍ପିଲା ପରିବେଶ

ସୁବର୍ଣ୍ଣପୁରରେ ଅନୁଷ୍ଠିତ ହୋଇଯାଇଛି 15ତମ ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ। ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ସହ ପାବନ ପୀଠରେ ପ୍ରତିଦିନ ହଜ଼ାର ହଜ଼ାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ଅଧିକ ଖବର ପଢନ୍ତୁ...

shreekhetra
ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ,ଦୁଲ୍ ଦୁଲିରେ କମ୍ପିଲା ପରିବେଶ

By

Published : Jan 31, 2020, 11:45 AM IST

ସୁବର୍ଣ୍ଣପୁର: ଅନ୍ତିମ ଦିବସରେ ପହଞ୍ଚିଛି ସୁବର୍ଣ୍ଣପୁର ଜିଲ୍ଲାର 15ତମ ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ। ଏହି ମହୋତ୍ସବର ୬ଷ୍ଠ ସନ୍ଧ୍ୟାରେ ଲୋଇସିହାଁ ଭଜନ,ଦୁଲଦୁଲି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ,ଦୁଲ୍ ଦୁଲିରେ କମ୍ପିଲା ପରିବେଶ

ଓଡ଼ିଶାର ସୁନାମଧନ୍ୟ କଳାକାର ଶଙ୍କର ବେହେରା ଓ ସାଥୀ ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ପରିବେଷଣ କରିଥିଲେ। ଛପନ ପ୍ରହରୀ ନାମଯଜ୍ଞ,ପଞ୍ଚକୁଣ୍ଡୀୟ ଘୃତଯଜ୍ଞ,ସପ୍ତାହ ପାରାୟଣରେ ସାମିଲ ହେବାକୁ ଶ୍ରଦ୍ଧାଳୁ ମାନଙ୍କ ବେଶ ଭିଡ଼ ଦେଖିବାକୁ ମିଳିଥିଲା।

ଛଳିଆ ପାହାଡରେ ସପ୍ତାହ ପାରାୟଣରେ ସାମିଲ ହେବା ସହିତ ଶ୍ରଦ୍ଧାଳୁ ମାନେ ପାତଳୀ ଶ୍ରୀକ୍ଷେତ୍ରର ଅପରୂପ ସୌନ୍ଦର୍ଯ୍ୟରେ ଭରପୁର ବିଭିନ୍ନ ଗୁମ୍ଫା ଗୁଡିକ ବୁଲି ଦେଖିଥିଲେ। ଏହି ପାବନ ପୀଠରେ ପ୍ରତିଦିନ ହଜ଼ାର ହଜ଼ାର ଶ୍ରଦ୍ଧାଳୁଙ୍କ ଭିଡ ହେଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details