ଓଡିଶା

odisha

ETV Bharat / state

ଚାଷୀଙ୍କ ସମସ୍ୟା ସମାଧାନ ଦାବିରେ ପରିବର୍ତ୍ତନ ଯାତ୍ରା

ଜିଲ୍ଲାର କୃଷି ଓ କୃଷକର ବିକାଶ ସହିତ ସୁନ୍ଦର ଜୀବନ ଯାପନ ପାଇଁ ଆରମ୍ଭ ହୋଇଛି ପରିବର୍ତ୍ତନ ଯାତ୍ରା। ଅଧିକ ପଢ଼ନ୍ତୁ

By

Published : Apr 17, 2022, 12:02 PM IST

parivartan yatra for farmers in subarnapur
ଚାଷୀଙ୍କ ସମସ୍ୟା ଦାବିରେ ପରିବର୍ତ୍ତନ ଯାତ୍ରା

ସୁବର୍ଣ୍ଣପୁର:ଜିଲ୍ଲାର କୃଷି ଓ କୃଷକର ବିକାଶ ସହିତ ସୁନ୍ଦର ଜୀବନ ଯାପନ ପାଇଁ ଆରମ୍ଭ ହୋଇଛି ପରିବର୍ତ୍ତନ ଯାତ୍ରା । ସୁବର୍ଣ୍ଣପୁର ଜିଲ୍ଲାର ଚାଷୀମାନେ ସମ୍ମୁଖୀନ ହେଉଥିବା ନାନା ସମସ୍ୟାର ସମାଧାନ ପାଇଁ ଆଗକୁ ବଢ଼ିଛନ୍ତି ସମାଜସେବୀ । ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ବଳଦେବ ବେଦବାଗଙ୍କ ନେତୃ୍ତ୍ବରେ ଶତାଧିକ କାର୍ଯ୍ୟକର୍ତ୍ତା ଗାଁ ଗାଁ ଯାଇ ଚାଷୀମାନଙ୍କ ସମସ୍ୟା ଆଲୋଚନା କରି ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି ।

ଚାଷୀଙ୍କ ସମସ୍ୟା ଦାବିରେ ପରିବର୍ତ୍ତନ ଯାତ୍ରା

ସୁବର୍ଣ୍ଣପୁର ଏକ କୃଷି ବହୁଳ ଜିଲ୍ଲା ଭାବେ ପରିଚିତ । ଏଠାରେ ଅନେକ ସମୟରେ ଚାଷୀମାନେ ଜଳ ସମସ୍ୟା, ମଣ୍ଡି ସମସ୍ୟା ଭଳି ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଚାଷୀମାନଙ୍କୁ ସହାୟତା ପାଇଁ ହାତ ବଢ଼ାଇଛନ୍ତି ସମାଜସେବୀ ଗୋଷ୍ଠୀ। ବିଶେଷକରି ସୁରୁବାଲି ଯୋର ପ୍ରକଳ୍ପ ନିର୍ମାଣ କରିବା ,ଅଙ୍ଗ ଜଳସେଚନ ପ୍ରକଳ୍ପର କେନାଲ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ସହିତ ଜଳସେଚନ ଯୋଗାଇ ଦେବା,ହରିହର ଯୋର ଜଳସେଚନ ପ୍ରକଳ୍ପର ବାମ ପାର୍ଶ୍ବ କେନାଲ ନିର୍ମାଣ କରିବା ତଥା ହୀରାକୁଦ ଜଳସେଚିତ ଅଞ୍ଚଳରେ ତଳି ମୁଣ୍ଡର ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ଜଳସେଚନ ହେଉନଥିବା ଚାଷ ଜମିରୁ ଜୋର ଜବରଦସ୍ତ ଜଳକର ଆଦାୟ କରିବା ଆଦି ଦାବିରେ ଏହି ପରିବର୍ତ୍ତନ ଯାତ୍ରା ଆରମ୍ଭ ହୋଇଛି ।

ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ତିକୁଡା ଓ ସୋନପୁର ନିର୍ବାଚନ ମଣ୍ଡଳୀର ଇଛାପୁର ଗାଁରୁ ଏହି ପରିବର୍ତ୍ତନ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଜିଲ୍ଲାର କୃଷି ଓ କୃଷକର ଅର୍ଥନୈତିକ ବିକାଶ ପାଇଁ ଦାବି ଉପସ୍ଥାପନ କରାଯାଇଛି । ଧାନ ସହିତ ଅଣଧାନ ଫସଲ ,ଡାଲି ଜାତୀୟ ଓ ତୈଳବୀଜ ଜାତୀୟ ଫସଲ ଚାଷ କରିବା ସହିତ କୃଷି ପ୍ରୋତ୍ସାହନ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବି ହୋଇଛି । ସେହିପରି ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ସମସ୍ୟା ସମାଧାନ କରିବା ଦାବି ନେଇ ପରିବର୍ତ୍ତନ ଯାତ୍ରା ଆରମ୍ଭ ହୋଇଛି । ସୁବର୍ଣ୍ଣପୁରରେ ଦୁଇ ଦୁଇଟି କ୍ୟାବିନେଟ ମନ୍ତ୍ରୀ ଥିଲେ ମଧ୍ୟ ଜିଲ୍ଲାର ବିକାଶ ଆଖି ଦୃଷ୍ଟିଆ ହୋଇ ପାରୁ ନ ଥିବା ଆଇନଜୀବୀ ବଳଦେବ ବେଦବାଗ ଅଭିଯୋଗ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details