ଓଡିଶା

odisha

ETV Bharat / state

‘ନିର୍ବାଚନ ପରେ ବାକି ଚାଷୀ ପାଇବେ କାଳିଆ ସହାୟତା’ - ଓଡିଶା

ବୀରମହାରାଜପୁର ନିର୍ବାଚନମଣ୍ଡଳୀର ପ୍ରାୟ 90 ପ୍ରତିଶତ ବିକାଶମୂଳକ କାର୍ଯ୍ୟ ଶେଷ ହୋଇଥିବାବେଳେ ବାକି 10 ପ୍ରତିଶତ ବିକାଶ କାର୍ଯ୍ୟ ନିର୍ବାଚନ ପରେ ସମ୍ପୂର୍ଣ୍ଣ କରାଯିବ ବୋଲି ପଦ୍ମନାଭ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବଛ ଶାସନ ଓ ବିକାଶ ମୂଳକ କାର୍ଯ୍ୟକୁ ନେଇ ଜନସାଧାରଣ ସନ୍ତୁଷ୍ଟ ଥିବା ବେଳେ ଏଥର ସେ ନିର୍ବାଚନ ବୈତରଣୀ ଅନାୟାସରେ ପାର କରିବେ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Mar 30, 2019, 3:08 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ପ୍ରାୟ 20 ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ କାଳିଆ ଯୋଜନାର ଆର୍ଥିକ ସହାୟତା ପାଇଛନ୍ତି । ବାକି ପ୍ରାୟ 80 ପ୍ରତିଶତ ହିତାଧିକାରୀ ଚାଷୀ ଏହି ଯୋଜନାର ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଚାଷୀ ଏହି ସହାୟତା ପାଇପାରୁନଥିବା ବିଜେଡିର ଷ୍ଟାର କ୍ୟାମ୍ପେନର ପଦ୍ମନାଭ ବେହେରା କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଇଟିଭି ଭାରତର ନେତାଙ୍କୁ 5ଟି ପ୍ରଶ୍ନ କାର୍ଯ୍ୟକ୍ରମ ଅବସରରେ ସେ ଏହି କଥା କହିଛନ୍ତି । ନିର୍ବାଚନ ପରେ ପୁଣି ବାକି ରହି ଯାଇଥିବା ହିତାଧିକାରୀ ଚାଷୀଙ୍କୁ କାଳିଆ ଯୋଜନାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହାସହ ଜିଲ୍ଲାର ବୀରମହାରାଜପୁରରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ 350 କୋଟି ଟଙ୍କା ବ୍ୟୟରେ ମେଗା ଲିଫ୍ଟ ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ବୀରମହାରାଜପୁର ନିର୍ବାଚନମଣ୍ଡଳୀର ପ୍ରାୟ 90 ପ୍ରତିଶତ ବିକାଶମୂଳକ କାର୍ଯ୍ୟ ଶେଷ ହୋଇଥିବାବେଳେ ବାକି 10 ପ୍ରତିଶତ ବିକାଶ କାର୍ଯ୍ୟ ନିର୍ବାଚନ ପରେ ସମ୍ପୂର୍ଣ୍ଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସ୍ବଛ ଶାସନ ଓ ବିକାଶ ମୂଳକ କାର୍ଯ୍ୟକୁ ନେଇ ଜନସାଧାରଣ ସନ୍ତୁଷ୍ଟ ଥିବା ବେଳେ ଏଥର ସେ ନିର୍ବାଚନ ବୈତରଣୀ ଅନାୟାସରେ ପାର କରିବେ ବୋଲି କହିଛନ୍ତି । ତାଙ୍କ ବିପକ୍ଷରେ ଥିବା କଂଗ୍ରେସ ଦଳର ପ୍ରାର୍ଥୀ ବିନୋଦ ପାତ୍ର ଅବା ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲାଙ୍କୁ କାଉଣ୍ଟର କରିବା ପ୍ରଶ୍ନର ଉତ୍ତରକୁ ଏଡେଇ ଯାଇ ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସେ ବିଜୟୀ ହେବେ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details