ଓଡିଶା

odisha

ETV Bharat / state

ଅଦିନିଆ ବର୍ଷାରେ ଭିଜୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ

ଚାଷୀ ପାଇଁ କାଳ ସାଜିଛି ଅଦିନିଆ ବର୍ଷା । ଖରିଫ ଧାନ ଅମଳ ପୂର୍ବରୁ ଅଦିନିଆ ବର୍ଷାରେ ବ୍ୟାପକ ପରିମାଣ ଧାନ କ୍ଷତିଗ୍ରସ୍ତ ହୋଇଥିଲା। ସେହିପରି ଫସଲ ଅମଳ କରିବା ପରେ ବିକ୍ରି ପାଇଁ ରଖିଥିବା ଧାନ ବର୍ଷାରେ ଭିଜି ନଷ୍ଟ ହୋଇଛି । ଅଧିକ ପଢ଼ନ୍ତୁ

paddy damaged due to heavy rains in subarnapur
ଅଦିନିଆ ବର୍ଷାରେ ଭିଜୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ

By

Published : Jan 17, 2022, 3:52 PM IST

ସୁବର୍ଣ୍ଣପୁର: ଚାଷୀ ପାଇଁ କାଳ ସାଜିଛି ଅଦିନିଆ ବର୍ଷା । ଖରିଫ ଧାନ ଅମଳ ପୂର୍ବରୁ ଅଦିନିଆ ବର୍ଷାରେ ବ୍ୟାପକ ପରିମାଣ ଧାନ କ୍ଷତିଗ୍ରସ୍ତ ହୋଇଥିଲା। ସେହିପରି ଫସଲ ଅମଳ କରିବା ପରେ ବିକ୍ରି ପାଇଁ ରଖିଥିବା ଧାନ ବର୍ଷାରେ ଭିଜି ନଷ୍ଟ ହୋଇଛି । ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡ଼ି ରହିଥିବା ବ୍ୟାପକ ପରିମାଣର ଧାନ ବର୍ଷାରେ ଭିଜି ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି ।

ଅଦିନିଆ ବର୍ଷାରେ ଭିଜୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ

ସୁବର୍ଣ୍ଣପୁର ଜିଲ୍ଲାରେ ଟୋକନଧାରୀ ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିକୁ ନେଉଛନ୍ତି । ହେଲେ ବର୍ଷା ଯୋଗୁଁ ଧାନ ବିକ୍ରିରେ ବିଳମ୍ବ ହେଉଛି। ଯାହା ଫଳରେ ମଣ୍ଡିରେ ପଡ଼ିଥିବା କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ବର୍ଷାରେ ଭିଜୁଛି। ଚାଷୀଙ୍କ ପ୍ରାୟ 35 ହଜାର କୁଇଣ୍ଟାଲ ଧାନ ବର୍ଷାରେ ଓଦା ହୋଇ ନଷ୍ଟ ହୋଇଥିବା ଜଣାପଡ଼ିଛି। ସେପଟେ ମିଲର୍ସ ଆସୁ ନ ଥିବାରୁ ଚାଷୀଙ୍କ ଧାନ ବିକ୍ରି ହୋଇ ନପାରି ସେପରି ଖୋଲା ଆକାଶ ତଳେ ପଡ଼ି ରହିଛି।

ପ୍ରତିବର୍ଷ ଧାନ ସଂଗ୍ରହ କମିଟି ବୈଠକରେ ଧାନକୁ ସୁରକ୍ଷା ଦେବା ପାଇଁ ବ୍ୟାପକ ଯୋଜନା କରାଯାଉଥିବା କୁହାଯାଇଛି। ଚାଷୀଙ୍କ ବିଶ୍ରାମାଗାର ,ପିଇବା ପାଣି ସହିତ ଧାନ ରଖିବା ପାଇଁ ପିଣ୍ଡି ଓ ବଡ଼ ବଡ଼ ଟିଣ ଛାଉଣି କରିବା ପାଇଁ ଯୋଜନା କରୁଥିବା ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୂଚନା ଦେଇଛି। ହେଲେ ଯୋଜନା କାର୍ଯ୍ୟକାରୀ ହୋଇ ପାରୁ ନ ଥିବା ଚାଷୀ ଅଭିଯୋଗ କରିଛନ୍ତି।ତେବେ ତୁରନ୍ତ ଚାଷୀଙ୍କ ଧାନ କ୍ରୟ କରିବା ସହିତ ମଣ୍ଡିରୁ ଧାନ ଉଠାଇବାକୁ ବିଜେପି ଦାବି କରିଛି । ଏହାର ଶୀଘ୍ର ପଦକ୍ଷେପ ନ ନେଲେ ଆନ୍ଦୋଳନ କରିବା ପାଇଁ ବିଜେପି ଧମକ ଦେଇଛି । ଅପରପକ୍ଷରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ମଣ୍ଡିରୁ ଧାନ ଉଠାଯାଉଥିବା ଜିଲ୍ଲା ଖାଦ୍ୟ ଯୋଗାଣ ବିଭାଗ ସୂଚନା ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details