ଓଡିଶା

odisha

ETV Bharat / state

ଦନ୍ତା ହାତୀ ଆକ୍ରମଣରେ ଜଣେ ଆହତ

ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ରେଞ୍ଜର ସାରସ ଦାଦର ଗାଁରେ ଦନ୍ତା ହାତୀର ଉପଦ୍ରବ । ଘରେ ପଶିବା ସହ ପରିବାର ଲୋକଙ୍କୁ ଆକ୍ରମଣ କରିଛି ଦନ୍ତା । ଅଧିକ ପଢନ୍ତୁ...

ଦନ୍ତା ହାତୀର ଆକ୍ରମଣରେ ଜଣେ ଆହତ
ଦନ୍ତା ହାତୀର ଆକ୍ରମଣରେ ଜଣେ ଆହତ

By

Published : Dec 18, 2019, 10:59 AM IST

ସୁବର୍ଣ୍ଣପୁର: ଜିଲ୍ଲାର ଉଲୁଣ୍ଡା ରେଞ୍ଜର ସାରସ ଦାଦର ଗାଁରେ ଦନ୍ତା ହାତୀର ଉପଦ୍ରବ । ଘରେ ପଶିବା ସହ ପରିବାର ଲୋକଙ୍କୁ ଆକ୍ରମଣ କରିଛି ଦନ୍ତା । ଯାହା ଫଳରେ ଘରର ସଦସ୍ୟ ଗୁରୁଦେବ ଧାରୁଆ ଆହତ ହୋଇଥିବା ଜଣାପଡିଛି । ହାତୀ ସେପଟେ ଘର ଭାଙ୍ଗିବା ସହ ଗଚ୍ଛିତ ଧାନ ଓ ଖଳାରେ ଥିବା ଧାନନଷ୍ଟ କରିଦେଇଛି ।

ଦନ୍ତା ହାତୀର ଆକ୍ରମଣରେ ଜଣେ ଆହତ

ହାତୀ ପଲ ଗାଁ ମୁଣ୍ଡରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ଗାଁ ଲୋକେ ହାତୀ ପଲ ଆସିଥିବା ଜାଣିବା ପରେ ଦଳବଦ୍ଧ ଭାବେ ହାତୀଙ୍କୁ ସିଂହାସନ ଜଙ୍ଗଲ ଆଡକୁ ଘଉଡ଼ାଇଥିଲେ । ଗତ କିଛିଦିନ ତଳେ ସାରସ ଦାଦର ଗାଁରେ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ କିଛି ଲୋକ ଗୋଟିଏ ଦନ୍ତା ହାତୀକୁ ମାରି ଦାନ୍ତ କାଟି ନେଇଥିଲେ ।

ତେବେ ବୁଧବାର ସକାଳୁ ଉଲୁଣ୍ଡା ରେଞ୍ଜ କାର୍ଯ୍ୟାଳୟର ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିବା ଜଣାପଡ଼ିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details