ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରବାସୀ ଧୁମଧାମରେ ପାଳିଲେ ନୂଆଁଖାଇ - ଇଷ୍ଟଦେବୀ ମା’ ସୁରେଶ୍ବରୀ

ପଶ୍ଚିମ ଓଡିଶାରେ ନୂଆଁଖାଇ ତିହାର। ଚଳଚଞ୍ଚଳ ପୁରପଲ୍ଲୀ । ସୁବର୍ଣ୍ଣପୁର ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Sep 3, 2019, 1:20 PM IST

ସୁବର୍ଣ୍ଣପୁର: ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳିତ ହୁଏ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିଲାଗି ଉତ୍ସବ ମୁଖର ସାରା ପଶ୍ଚିମ ଓଡିଶା । ପଲ୍ଲୀପୁରଠାରୁ ଆରମ୍ଭ କରି ସହର ଯାଏଁ ଧୂମଧାମର ସହ ପାଳୁଛନ୍ତି ନୂଆଁଖାଇ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପାଖରେ ବିଶେଷ ପୂଜାର୍ଚ୍ଚନା କରାଯାଇ ନବାନ୍ନ ଲଗି ହୁଏ । ସୁବର୍ଣ୍ଣପୁର ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀଙ୍କ ପାଖରେ ମଧ୍ୟ ନୂଆଁ ଲାଗି ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ଦେବୀ ମା’ ସମଲେଇ ପୀଠରୁ ଅଷ୍ଟଚଣ୍ଡୀଙ୍କ ପୀଠକୁ ନୂଆଁ ସହିତ ଭୋଗ ଦିଆଯାଇଥିଲା। ସେବାୟତମାନେ ଦେବୀ ମନ୍ଦିର ଗୁଡିକରେ ନୂଆଁ ପ୍ରସ୍ତୁତ କରିଥିଲେ। ସମଲେଇ ପୀଠରୁ ନୂଆଁ ଯିବା ପରେ ପାରମ୍ପରିକ ରୀତିନୀତିରେ ଦେବୀ ମାନଙ୍କ ପାଖରେ ନୂଆଁ ସମର୍ପଣ କରାଯାଇଛି।

ବର୍ଷର ପାହିଲି ଶସ୍ୟରୁ ପ୍ରସ୍ତୁତ ନୂଆଁ ସହିତ ପଞ୍ଚାମୃତ, ଅନ୍ନ, ପିଠାପଣା ପାଇଁ ଆବଶ୍ୟକ ସାମଗ୍ରୀ ସହିତ ଦେବୀମାନଙ୍କ ପରିଧାନ ଓ ମନ୍ଦିର ଗୁଡିକର ବାନା ଆଦି ପ୍ରଦାନ କରାଯାଇଥିଲା । ଦେବୀ ମା’ ସୁରେଶ୍ବରୀଙ୍କ ପାଖରେ ନୂଆଁ ସମର୍ପଣ ପରେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳରେ ଲୋକେ ନିଜନିଜ ଇଷ୍ଟ ଦେବାଦେବୀଙ୍କ ପାଖରେ ନୂଆଁ ଲଗାଇ ସପରିବାର ଗ୍ରହଣ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details