ଓଡିଶା

odisha

ETV Bharat / state

ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । ଏହାକୁ ଚ୍ୟାଲେଞ୍ଜ କରି ଅଧ୍ୟକ୍ଷା ମିତାଲି ମହାକୁର ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି । ଅଧିକ ପଢନ୍ତୁ...

By

Published : Apr 26, 2021, 7:28 PM IST

No confidence motion against Ulunda Block Chairman
ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ସୁବର୍ଣ୍ଣପୁର: ଜିଲ୍ଲା ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବରେ ଭୋଟ ଗ୍ରହଣ ହୋଇଛି । ଏଥିରେ ପରିବହନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ନିଜ ସମର୍ଥକଙ୍କ ସହ ଭୋଟ ଦାନ କରିଛନ୍ତି । ସୂଚନା ଅନୁସାରେ ଉଲୁଣ୍ଡା ବ୍ଲକର ୨୪ ଜଣ ସରପଞ୍ଚ ଓ ସମିତି ସଭ୍ୟ ମିଶି ବ୍ଲକ ଅଧ୍ୟକ୍ଷା ମିତାଲି ମହାକୁରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ।

ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଏହାକୁ ନେଇ ବୀରମହାରାଜପୁର ଉପ ଜିଲ୍ଲାପାଳ ଆଜି (ସୋମବାର) ଭୋଟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ କରିଥିଲେ । ତେବେ ଏହାକୁ ଚ୍ୟାଲେଞ୍ଜ କରି ଅଧ୍ୟକ୍ଷା ମିତାଲି ମହାକୁର ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି । ଏହି ଅନାସ୍ଥାକୁ ନେଇ କେବଳ ଭୋଟ ହେବାକୁ ଥିବା ବେଳେ ପରବର୍ତି ଶୁଣାଣି ପର୍ଯ୍ୟନ୍ତ ଫଳାଫଳକୁ ସ୍ଥଗିତ ରଖିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ତା, ଇଟିଭି ଭାରତ

ABOUT THE AUTHOR

...view details