ଓଡିଶା

odisha

ETV Bharat / state

8ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ କୃଷକ ସଂଗଠନ - ଚାଷୀଙ୍କ ଦାବି ପୂରଣ ପାଇଁ କୃଷକ ସଂଗଠନର ଆନ୍ଦୋଳନ

ରାସ୍ତାକୁ ଓହ୍ଲାଇବ ନବନିର୍ମାଣ କୃଷକ ସଂଗଠନ। ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି । ୮ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ କୃଷକ ସଂଗଠନ । ଅଧିକ ପଢ଼ନ୍ତୁ

Naba nirman Krusak Sangathan
8ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

By

Published : Feb 1, 2023, 3:35 PM IST

8ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ସୁବର୍ଣ୍ଣପୁର:ଚାଷୀଙ୍କ ଦାବି ପୂରଣ ପାଇଁ ରାସ୍ତାକୁ ଓହ୍ଲାଇବ ନବନିର୍ମାଣ କୃଷକ ସଂଗଠନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କରିବ ବିକ୍ଷୋଭ ପ୍ରଦର୍ଶନ। ଏଭଳି ଚେତାବନୀ ଦେଇଛି ନବନିର୍ମାଣ କୃଷକ ସଂଗଠନ । ଆସନ୍ତା ଫେବୃୟାରୀ ୮ ତାରିଖରେ ଚାଷୀଙ୍କ ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ସୁବର୍ଣ୍ଣପୁରସ୍ଥିତ ହୋଟେଲ ଗ୍ରୀନପାର୍କରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ନବନିର୍ମାଣ କୃଷକ ସଂଗଠନ । ଜିଲ୍ଲାର କୃଷି ଓ କୃଷକର ସମସ୍ୟା ଉପସ୍ଥାପନ କରିବା ସହିତ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା, ଦାଦନ ସମସ୍ୟା ଦୂରୀକରଣ ଓ ଜିଲ୍ଲାର ସୂତାକଳ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି ରଖିଥିଲେ ।

ସେହିପରି ଜିଲ୍ଲାର ଧାନକ୍ରୟ କେନ୍ଦ୍ରଗୁଡିକର ଭିତ୍ତିଭୂମିର ବିକାଶ କରିବା ସହିତ ଜିଲ୍ଲାର ଅଧିକରୁ ଅଧିକ ଚାଷଜମିକୁ ଜଳସେଚନ କରିବା, ଚାଷୀଙ୍କ କୃଷି ଋଣ ଛାଡ କରିବା, ଧାନ ବିକ୍ରିରେ କଟନି ଛଟନୀ ନକରିବା, ଧାନ ବିକ୍ରି ପାଇଁ ଚାଷୀ ନେଉଥିବା ଅଖା ବସ୍ତାର ଟଙ୍କା ପ୍ରଦାନ କରିବା ତଥା ଚାଷୀ ସୁରକ୍ଷା ପାଇଁ ବାର୍ଷିକ ୫ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନବନିର୍ମାଣ କୃଷକ ସଂଗଠନ ଦାବି କରିଛି । ଟାଟା ପାୱାର ବିଦ୍ୟୁତ ବିଲ୍‌ରେ ହେରଫେର କରୁଥିବା ଅଭିଯୋଗ କରିବା ସହିତ ଚାଷୀମାନଙ୍କୁ ଉଠାଜଳସେଚନ ତଥା ଅନ୍ୟାନ୍ୟ କୃଷି ଭିତ୍ତିକ କୁଟୀର ଶିଳ୍ପକୁ ମାଗଣା ବିଦ୍ୟୁତ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।

ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଚାଷୀମାନଙ୍କ ଦାବି ଉପସ୍ଥାପନ କରାଯାଉଛି । କେହି ହେଲେ ବି ସମ୍ବେଦନଶୀଳତାର ସହିତ ବିଚାର କରୁନାହାଁନ୍ତି କି ଚାଷୀଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି କୌଣସି ଯୋଜନା କାର୍ଯ୍ୟକାରୀ କରୁନଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ତଥା ଜିଲ୍ଲାପ୍ରଶାସନ ଉପରେ ଚାପ ପ୍ରୟୋଗ କରିବା ପାଇଁ ଚାଷୀମାନେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିବା ବ୍ୟତୀତ ଅନ୍ୟରାସ୍ତା ନଥିବା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ।

ତେଣୁ କୃଷି ଓ କୃଷକର ସମସ୍ୟା ସମାଧାନ ପାଇଁ ଫେବୃଆରୀ ୮ ତାରିଖ ଦୁର୍ବାର ଆନ୍ଦୋଳନ କରିବା ସହିତ ଦାବି ପୂରଣ ନହେଲେ ଆଗକୁ ପୁଣି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ସାମ୍ବାଦିକଙ୍କୁ ସୂଚନା ଦିଆଯାଇଛି । ଟୋକେନ ଲାପ୍ସ, କଟନୀ-ଛଟନୀ ସମସ୍ୟା, ମଣ୍ଡିରେ ତ୍ରୁଟିପୂର୍ଣ୍ଣ ପରିଚାଳନା, ପ୍ରଶାସନ ଓ ମିଲରଙ୍କ ମଧ୍ୟରେ ପ୍ରିୟାପ୍ରୀତି ପୋଷଣ ବିଶେଷ ଭାବରେ ଚାଷୀମାନଙ୍କ ଚିନ୍ତାର କାରଣ ହୋଇଛି । ଯେଉଁ ଦିନର କ୍ରୟ ଧାନ ସେହି ଦିନ ମିଲର୍ସମାନେ ଧାନ ଉଠାଉ ନଥିବାରୁ ମଣ୍ଡିଗୁଡିକରେ ଧାନ ଜମା ରହୁଛି । ଫଳରେ ଧାନ ନେଇ ପୁଣି ଆସୁଥିବା ଚାଷୀମାନଙ୍କ ଧାନ ଓଜନ କରାଯାଇ ପାରୁନାହିଁ । ନିଜ ଉତ୍ପାଦିତ ଶସ୍ୟକୁ ବିକ୍ରି କରିବାକୁ ଆଣି ଚାଷୀକୁ କ୍ରୟ କେନ୍ଦ୍ର ଭିତରେ ଉଜାଗର ରହିବାକୁ ପଡୁଥିବା ଅଭିଯୋଗ ହୋଇଛି । ତେବେ ଟୋକନ ପାଇଥିବା ଚାଷୀମାନଙ୍କ ଧାନ ଟୋକେନ ତାରିଖ ଅନୁଯାୟୀ କିଣି ସେହି ଦିନ ହିଁ ମିଲର୍ସ ଧାନକୁ କ୍ରୟକେନ୍ଦ୍ରରୁ ଉଠାଇବାକୁ ଦାବି ହୋଇଛି ।

ଇଟିଭି ଭାରତ, ସୋନପୁର

ABOUT THE AUTHOR

...view details