ଓଡିଶା

odisha

ETV Bharat / state

ଆସୁଛି ପାହୁର ଯାତ୍ରା, ସୁବର୍ଣ୍ଣପୁରରେ ଲଗ୍ନ ନିର୍ଦ୍ଧାରିତ - ସୁବର୍ଣ୍ଣପୁରରେ ଲଗ୍ନ ନିର୍ଦ୍ଧାରିତ

ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ପରି ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ପାଇଁ ମଧ୍ୟ ନବାନ୍ନ ଲଗ୍ନ ନିର୍ଦ୍ଧାରିତ ହୋଇଛି । ସହରର ଶ୍ରୀ ବଡ ଜଗନ୍ନାଥ ମନ୍ଦିର ମଣ୍ଡପରେ ପଣ୍ଡିତ ମହାସଭା ବସି ଲଗ୍ନ ସ୍ଥିର କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Aug 24, 2019, 10:48 PM IST

ସୁବର୍ଣ୍ଣପୁର: ନୂଆଖାଇ ପାଇଁ ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳ ଲାଗି ଲଗ୍ନ ନିର୍ଦ୍ଧାରିତ ହୋଇଛି । ଶନିବାର ସୁବର୍ଣ୍ଣପୁର ସହରର ଶ୍ରୀ ବଡ ଜଗନ୍ନାଥ ମନ୍ଦିର ମଣ୍ଡପରେ ପଣ୍ଡିତ ମହାସଭା ବସି ଲଗ୍ନ ସ୍ଥିର କରିଛନ୍ତି । ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ଋଷି ପଞ୍ଚମୀ ( ଇଂରାଜୀ ମାସ ସେପଟେମ୍ବର 3 ତାରିଖ) ମଙ୍ଗଳବାର ଦିନ ସକାଳ 9 ଟା 57 ରୁ 10 ଟା 11 ମିନିଟରେ ଇଷ୍ଟଦେବୀ ମା’ ସୁରେଶ୍ବରୀଙ୍କ ପାଖରେ ନବାନ୍ନ ସମର୍ପଣ କରିବା ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ଓ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳର ଜନସାଧାରଣ ନିର୍ଦ୍ଧାରିତ ସମୟରେ ନବାନ୍ନ ସମର୍ପଣ ଓ ଗ୍ରହଣ କରିବା ପାଇଁ ପଣ୍ଡିତ ମହାସଭା ପୌର ପରିଷଦକୁ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୋନପୁର ଗଡଜାତରେ ନୂଆଖାଇ ଲଗ୍ନ ନିର୍ଣ୍ଣୟ ବେଶ ପୁରୁଣା । ସଦର ପୌର ପରିଷଦର ଅନୁରୋଧକୁ ରକ୍ଷା କରି ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ନୂଆଖାଇ ପର୍ବ ପାଳନ କରିବାକୁ ସର୍ବ ସମ୍ନତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ପୂଜାରୀ କଳସ ସ୍ଥାପନ କଲାପରେ ପଣ୍ଡିତମାନଙ୍କ ଭିତରେ ଆଲୋଚନା ହୋଇଥିଲା । ନିର୍ଦ୍ଧାରିତ ସରକାରୀ ଛୁଟିରେ ହିଁ ନବାନ୍ନ ପାଳନ କରିବାକୁ ପଣ୍ଡିତ ମହାସଭା ତାଙ୍କ ବିଚାର ରଖିଥିଲେ ।


ଆଗାମୀ ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ବିଶାଖା ନକ୍ଷତ୍ରେ ଯୋଗ ବ୍ରହ୍ମ, ତୁଳା ରାଶି ଲଗ୍ନେ ମାହେନ୍ଦ୍ର ବେଳା ସକାଳ 9ଟା 57 ମିନିଟରୁ 10ଟା 11 ମିନିଟ ମଧ୍ୟରେ ମା’ ସୁରେଶ୍ବରୀଙ୍କ ପାଖରେ ନବାନ୍ନ ସମର୍ପଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ସହରର ଅଷ୍ଟ ଚଣ୍ଡୀଙ୍କ ପାଖରେ ନବାନ୍ନ ସମର୍ପଣ କରିବା ପରେ ସୁବର୍ଣ୍ଣପୁର ଜିଲ୍ଲା ଓ ବୌଦ୍ଧ ଜିଲ୍ଲା ପଞ୍ଚରା ଅଞ୍ଚଳର ଜନସାଧାରଣ ନିଜ ନିଜର ଇଷ୍ଟଦେବ-ଦେବୀଙ୍କ ପାଖରେ ନବାନ୍ନ ଅର୍ପଣ କରି ଗ୍ରହଣ କରିବା ପାଇଁ ପଣ୍ଡିତ ମହାସଭା ଲଗ୍ନ ଧାର୍ଯ୍ୟ କରିଛନ୍ତି ।

ନିର୍ଦ୍ଧାରିତ ଲଗ୍ନର ଘଣ୍ଟାଏ ପୂର୍ବରୁ ମା’ ସମଲେଶ୍ବରୀ ମନ୍ଦିରରେ ଅଷ୍ଟଚଣ୍ଡୀଙ୍କ ପାଇଁ ପାହୁର ବାଢିବା ସହିତ ପାହୁର ଶୋଭାଯାତ୍ରା ସମ୍ପନ୍ନ କରିବାକୁ ପଣ୍ଡିତ ମହାସଭା ପୌର ପରିଷଦ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । ସର୍ବ ସମ୍ନତି କ୍ରମେ ନିଷ୍ପତ୍ତି ନିଆଯିବା ପରେ ଶ୍ରୀ ବଡ ଜଗନ୍ନାଥଙ୍କ ପାଖରେ ସ୍ଥିର ଲଗ୍ନ ପତ୍ର ସମର୍ପଣ କରାଯାଇଛି ।

ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଏହି ଗଣପର୍ବ ଗୋଟିଏ ଦିନରେ ପାଳନ କରାଯାଉଥିବା ବେଳେ ଲଗ୍ନ ନିର୍ଣ୍ଣୟ ପରମ୍ପରା କିନ୍ତୁ ଅଲଗା । ସୁବର୍ଣ୍ଣପୁରରେ ମା’ ସୁରେଶ୍ବରୀଙ୍କୁ ନେଇ ଲଗ୍ନ ନିର୍ଣ୍ଣୟ କରାଯାଉଥିବା ବେଳେ ସମ୍ବଲପୁରରେ ମା ସମଲେଶ୍ବରୀ, ପାଟଣାଗଡରେ ପାଟଣେଶ୍ବରୀଙ୍କୁ ନେଇ ଏହି ଲଗ୍ନ ନିର୍ଣ୍ଣୟ କରାଯାଇଥାଏ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details