ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରୁ ବିପୁଳ ସମର୍ଥନ ଆଶା କଲେ ସାଂସଦ କଳିକେଶ

ସହରରେ ବଲାଙ୍ଗୀର ଲୋକସଭା ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ପରିବାର ବର୍ଗଙ୍କ ପକ୍ଷରୁ କଳିଙ୍ଗ ନଗରରେ ନିର୍ବାଚନୀ ପ୍ରଚାର କରାଯାଇଛି।

By

Published : Apr 4, 2019, 2:36 AM IST

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ସହରରେ ବଲାଙ୍ଗୀର ଲୋକସଭା ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ପରିବାର ବର୍ଗଙ୍କ ପକ୍ଷରୁ କଳିଙ୍ଗ ନଗରରେ ନିର୍ବାଚନୀ ପ୍ରଚାର କରାଯାଇଛି। ଦୁଇ ଦୁଇ ଥର ବିଜୁ ଜନତା ଦଳ ପକ୍ଷରୁ ସାଂସଦ କଳିକେଶ ନାରାୟଣ ସିଂଦେଓ ଲୋକ ସଭାକୁ ନିର୍ବାଚିତ ହେବା ପରେ ଏଥର ତୃତୀୟ ଥର ପାଇଁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି।

ଭିଡିଓ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ଗତ 2014 ଲୋକସଭା ନିର୍ବାଚନରେ କଳିକେଶ ବିଜେପି ଲୋକସଭା ପ୍ରାର୍ଥିନୀ ସଂଗୀତା ସିଂ ଦେଓଙ୍କୁ 1 ଲକ୍ଷ 4 ହଜାର ଭୋଟ ବ୍ୟବଧାନରେ ପରାଜିତ କରିଥିବା ବେଳେ ସୋନପୁର ଓ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାୟ 85 ହଜାର ଭୋଟ ଅଧିକ ପାଇଥିଲେ ।

ଫଳରେ ଏଥର ବି ସୁବର୍ଣ୍ଣପୁର ଜିଲ୍ଲାରୁ ଅଧିକ ସଂଖ୍ୟକ ଭୋଟ ପାଇବାକୁ ରାଜ ପରିବାର ବର୍ଗ ସୁବର୍ଣ୍ଣପୁର ସହର ସମେତ ଜିଲ୍ଲାକୁ ଟାର୍ଗେଟ କରିଛନ୍ତି । ସାଂସଦଙ୍କ ମାଆ ବିଜୟ ଲକ୍ଷ୍ମୀ ସିଂ ଦେଓ ବିଜେଡି ସମର୍ଥକ ଓ କର୍ମୀଙ୍କ ଗହଣରେ ସୁବର୍ଣ୍ଣପୁର ସହରର କଳିଙ୍ଗ ନଗର ସମେତ ଥନାପତି ପଡା , ବଡବଜାର , ଢେରାପଡା , ମଝିପଡା ଆଦିରେ ଭୋଟ ଦେଇ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି। ଏଥର ବି କଳିକେଶଙ୍କୁ ସୁବର୍ଣ୍ଣପୁରରୁ ବିପୁଳ ସମର୍ଥନ କରିବାର ଆଶା କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details