ସୁବର୍ଣ୍ଣପୁର : ଲକ ଡାଉନ ଗାଇଡ ଲାଇନ ଇଲଙ୍ଘନ କରି ଗଣିଲେ ଫାଇନ । ସୁବର୍ଣ୍ଣପୁର ସହରର ବ୍ଲକ ଛକରେ ପାଖାପାଖି 50 ଜଣ ବ୍ୟକ୍ତି ନିୟମ ନ ମାନି ତଣ୍ଡ ଦେଇଛନ୍ତି । ଏବେ ଜରୁରୀ କାମରେ ଘରୁ ବାହାରୁଥିବା ଲୋକେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ଜିଲ୍ଲା ପୋଲିସ, ରାଜସ୍ବ ବିଭାଗ ଓ ପୌର ପରିଷଦ ପକ୍ଷରୁ କଡାକଡି ଭାବେ ଚେକିଂ କରାଯାଉଛି । ମଙ୍ଗଳବାର ସଦର ତହସିଲଦାର ମାସ୍କ ବ୍ୟବହାର ନ କରି ଯା ଆସ କରୁଥିବା ପ୍ରତିଟି ଲୋକଙ୍କ ପାଖରୁ 200 ଟଙ୍କା ଲେଖାଏଁ ଫାଇନ କରିଥିଲେ । ଲୋକେ ବାଧ୍ୟ ହୋଇ ନିକଟରେ ମିଳୁଥିବା ଏକ ଦୋକାନରୁ ମାସ୍କ କିଣି ଥିଲେ ।
ଲକଡାଉନ ନିୟମ ନ ମାନି ଫାଇନ ଗଣିଲେ 50ରୁ ଅଧିକ ଲୋକେ - ଲକ ଡାଉନ ନିୟମ ନ ମାନି ଫାଇନ ଗଣିଲେ 50ରୁ ଅଧିକ ଲୋକେ
ଲକ ଡାଉନ ଗାଇଡ ଲାଉନ ଉଲଙ୍ଘନ କରି ଫାଇନ ଗଣିଲେ 50ରୁ ଅଧିକ ଲୋକେ । ବାଧ୍ୟ କିଣିଲେ ମାସ୍କ । ଅଧିକ ପଢନ୍ତୁ...
ଲକ ଡାଉନ ନିୟମ ନ ମାନି ଫାଇନ ଗଣିଲେ 50ରୁ ଅଧିକ ଲୋକେ
ସହରରେ ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ଛକରେ କଡ଼ାକଡ଼ି ଚେକିଂ କରାଯାଉଛି । ବିଶେଷକରି ନଳିନୀ ଛକ , କୁଞ୍ଜ ହୋଟେଲ ମନମୁଣ୍ଡା ଛକ ,ବ୍ଲକ ଛକ ଓ ସ୍ପିନିଂ ମିଲ ଛକରେ ଚେକିଂ କରାଯିବା ସହିତ ଆଇନ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଗାଇଡ ଲାଇନ ଉଲଙ୍ଘନ କରି 131ରୁ ଅଧିକ ମାମଲା ରୁଜୁ କରାଯିବା ସହିତ ଗାଡି ମୋଟର ଜବତ କରାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ