ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁର ସହରରେ ବଢୁଛି ମାଙ୍କଡଙ୍କ ଉପଦ୍ରବ

ସହରରେ ବଢୁଛି ମାଙ୍କଡଙ୍କ ଉପଦ୍ରବ । ପାଖ ଜଙ୍ଗଲରୁ ଦଳ ଦଳ ହୋଇ ମାଙ୍କଡ଼ମାନେ ସହର ଭିତରକୁ ଆସି ବେଶ ଉତ୍ପାତ କରୁଛନ୍ତି। ଅଧିକ ପଢନ୍ତୁ...

ବଢୁଛି ମାଙ୍କଡଙ୍କ ଉପଦ୍ରବ୍ୟ
ବଢୁଛି ମାଙ୍କଡଙ୍କ ଉପଦ୍ରବ୍ୟ

By

Published : Jan 27, 2021, 2:09 PM IST

ସୁବର୍ଣ୍ଣପୁର:ସହରରେ ବଢୁଛି ମାଙ୍କଡଙ୍କ ଉପଦ୍ରବ । ପାଖ ଜଙ୍ଗଲରୁ ଦଳ ଦଳ ହୋଇ ମାଙ୍କଡ଼ମାନେ ସହର ଭିତରକୁ ଆସି ବେଶ ଉତ୍ପାତ କରୁଛନ୍ତି । ମାଙ୍କଡ଼ମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଗଲେ ମାଙ୍କଡ଼ମାନେ ସହର ଭିତରକୁ ଆସନ୍ତେ ନାହିଁ ବୋଲି ଜନସାଧାରଣ ମତ ରଖିଛନ୍ତି ।

ବଢୁଛି ମାଙ୍କଡଙ୍କ ଉପଦ୍ରବ୍ୟ

ଦିନକୁ ଦିନ ସହରରେ ମାଙ୍କଡମାନଙ୍କ ଉତ୍ପାତ ବଢି ଚାଲିଛି । ଖାଦ୍ୟ ଅନ୍ୱେଷଣରେ ଆସୁଥିବା ମାଙ୍କଡ଼ମାନଙ୍କୁ ଲୋକେ ବିଭିନ୍ନ ପ୍ରକାରର ଫଳ , ପନିପରିବା , ଚଣା ,ବିସ୍କୁଟ ,ପାଉଁରୁଟି ଆଦି ଦେଉଛନ୍ତି । ହେଲେ ଲୋକେ ଦେଉଥିବା ଖାଦ୍ୟ ବି ସେମାନଙ୍କୁ ନିଅଟ ହେଉଛି। ଫଳରେ ଲୋକଙ୍କ ବାଡ଼ି ବଗିଚାରେ ଥିବା ବିଭିନ୍ନ ପ୍ରକାରର ଫଳ ମୂଳ ଓ ପନିପରିବା ଖାଇ ଯାଉଛନ୍ତି ଯେତିକି ନଷ୍ଟ କରୁଛନ୍ତି ତାଠୁ ବେଶ ଅଧିକ।

ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରେ ରହୁଥିବା ମାଙ୍କଡ଼ମାନେ ଖାଇବାକୁ ନ ପାଉଥିବାରୁ ସହର ଭିତରକୁ ପଶି ଆସୁଛନ୍ତି । ଏପରିକି ଖାଦ୍ୟ ପାଇଁ ଦଳ ଦଳ ମାଙ୍କଡ଼ ଗୋଟିଏ ଦୋକାନରୁ ଆଉ ଏକ ଦୋକାନକୁ ବୁଲୁଛନ୍ତି । ଦିନକୁ ଦିନ ଜଙ୍ଗଲ କ୍ଷୟ ଓ ଖାଦ୍ୟର ଅଭାବ ମାଙ୍କଡ଼ ଦଳଙ୍କୁ ସହର ଭିତରକୁ ଆସିବାକୁ ବାଧ୍ୟ କରୁଛି। ତେବେ ଏଥିପାଇଁ ଲୋକେ ଜଙ୍ଗଲ ବିଭାଗକୁ ଦାୟୀ କରୁଛନ୍ତି। ତେବେ ଜଙ୍ଗଲର କିଛି ଅଞ୍ଚଳରେ ମାଙ୍କଡ଼ମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଗଲେ ମାଙ୍କଡ଼ମାନେ ସହର ଭିତରକୁ ଆସନ୍ତେ ନାହିଁ ବୋଲି ଜନସାଧାରଣ ମତ ଦେଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details