ଓଡିଶା

odisha

By

Published : Jun 30, 2021, 7:50 PM IST

ETV Bharat / state

ସୁବର୍ଣ୍ଣପୁରରେ ମଧ୍ୟ ମାଟ୍ରିକ ଫଳାଫଳ ତାତି, ତ୍ରୁଟି ବିହୀନ ଭାବେ ପୂର୍ବ ମାର୍କ ଦାଖଲ କରିବାକୁ ଦାବି

ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ମାଟ୍ରିକ ପରୀକ୍ଷା ଫଳାଫଳ ତାତି, ସ୍କୁଲର ପୂର୍ବବର୍ତ୍ତୀ ମାର୍କ ବୋର୍ଡ ନିକଟରେ ଠିକ ଭାବେ ଦାଖଲ ହୋଇନଥିବା ଅଭିଯୋଗ କଲେ ଅଭିଭାବକ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ମଧ୍ୟ ମାଟ୍ରିକ ଫଳାଫଳ ତାତି, ତ୍ରୁଟି ବିହୀନ ଭାବେ ପୂର୍ବ ମାର୍କ ଦାଖଲ କରିବାକୁ ଦାବି
ସୁବର୍ଣ୍ଣପୁରରେ ମଧ୍ୟ ମାଟ୍ରିକ ଫଳାଫଳ ତାତି, ତ୍ରୁଟି ବିହୀନ ଭାବେ ପୂର୍ବ ମାର୍କ ଦାଖଲ କରିବାକୁ ଦାବି

ସୁବର୍ଣ୍ଣପୁର:ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ହୋଇଥିବା ପୂର୍ବବର୍ତ୍ତୀ ପରୀକ୍ଷାର ମାର୍କ ବୋର୍ଡ କର୍ତ୍ତୃପକ୍ଷଙ୍କ ପାଖରେ ତ୍ରୁଟି ବିହୀନ ଭାବେ ସ୍କୁଲ କର୍ତ୍ତୃପକ୍ଷ ଦାଖଲ କରି ନ ଥିବା ଅଭିଯୋଗ କରିଛନ୍ତିି ଅଭିଭାବକ ।

ସୁବର୍ଣ୍ଣପୁରରେ ମଧ୍ୟ ମାଟ୍ରିକ ଫଳାଫଳ ତାତି, ତ୍ରୁଟି ବିହୀନ ଭାବେ ପୂର୍ବବର୍ତ୍ତୀ ମାର୍କ ଦାଖଲ କରିବାକୁ ଦାବି

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ଆଗରେ ନିଜ ଦାବି ଉପସ୍ଥାପନ କରିଛନ୍ତି । ଚଳିତ ବର୍ଷ ମହାମାରୀ କୋରୋନା ଯୋଗୁଁ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇପାରି ନ ଥିବାବେଳେ ଗତ ବର୍ଷର ସ୍କୁଲ ପରୀକ୍ଷାରେ ପ୍ରଦର୍ଶନ ଆଧାରରେ ପିଲାମାନଙ୍କୁ ମାଟ୍ରିକ ଫଳାଫଳ ପ୍ରଦାନ କରାଯାଇଛି । ତେବେ ଛାତ୍ରଛାତ୍ରୀଙ୍କୁ ମିଳିଥିବା ମାର୍କରେ ସେମାନେ ସନ୍ତୁଷ୍ଟ ନ ଥିବାରୁ ଅଧିକ ମାର୍କ ପାଇଥାନ୍ତେ ବୋଲି ଅଭିଯୋଗ କରିଛନ୍ତି ।

ତେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆଗକୁ ପରୀକ୍ଷା ଦେଇ ପାରିବେ ବୋଲି ଘୋଷଣା ହେବା ପରେ ମଧ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅସନ୍ତୋଷ କମ ନାହିଁ । ବିଦ୍ୟାଳୟରେ ହୋଇଥିବା ପୂର୍ବ ପରୀକ୍ଷାର ମାର୍କ ତ୍ରୁଟି ବିହୀନ ଭାବେ ବୋର୍ଡ କର୍ତ୍ତୃପକ୍ଷଙ୍କ ପାଖରେ ପୁଣିଥରେ ଦାଖଲ କରିବାକୁ ଦାବି କରିଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ । ଜିଲ୍ଲା ଶିକ୍ଷାଧିକାରୀ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆଗକୁ ପରୀକ୍ଷା ଦେଇ ପାରିବେ ଓ ପୁରୁଣା ମାର୍କ ତ୍ରୁଟି ବିହୀନ ଭାବେ ଦାଖଲ କରାଯାଇଥିବା ଛାତ୍ରଛାତ୍ରୀଙ୍କୁ ସ୍ପଷ୍ଟୀକରଣ ଦେବା ପରେ ମଧ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମାଧ୍ୟମିକ ଶିକ୍ଷା ବୋର୍ଡର ଏପରି ନିଷ୍ପତ୍ତିକୁ ଗ୍ରହଣ କରି ପାରି ନାହାନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ABOUT THE AUTHOR

...view details