ସୁବର୍ଣ୍ଣପୁର: ବିନିକା ବ୍ଳକ ମଣିଗାଁ ଓ ଝରାପଡାରେ ହାତୀପଲ ଉପଦ୍ରବ କରିଛନ୍ତି । ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ମହାନଦୀ କୂଳରେ ହୋଇଥିବା ଶହ ଶହ ଏକର ରବି ଧାନଚାଷ ଦଳିଚକଟି ନଷ୍ଟ କରି ଦେଇଛନ୍ତି । ଉଲୁଣ୍ଡା ବ୍ଳକ ସିଂହାସନ ଜଙ୍ଗଲରେ ସ୍ଥାୟୀ ଭାବେ ହାତୀ ମାନେ ରହୁଥିବା ବେଳେ ଆଖପାଖ ଅଞ୍ଚଳରେ ବ୍ୟାପକ ଉପଦ୍ରବ କରିବା ସହିତ ବିନିକା ବ୍ଳକକୁ ଯାଇ ଅନେକ ଧନ ଜୀବନ ନଷ୍ଟ କରୁଛନ୍ତି ।
ହାତୀପଲ ସିଂହାସନ ଜଙ୍ଗଲରୁ ସିଂଢୋଲ ଦେଇ ମହାନଦୀ ତଟେ ତଟେ ଯାଇ ସିନ୍ଦୁରପୁର ପଞ୍ଚାୟତର ମଣିଗାଁରେ ବ୍ୟାପକ ଉତ୍ପାତ କରିଛନ୍ତି । ସିଂହାସନ ଜଙ୍ଗଲ ଅଞ୍ଚଳରେ ଟ୍ରେଂଜ ଖୋଲିବା ସହିତ ହାତୀମାନଙ୍କ ଖାଦ୍ୟ ପାଇଁ ଜଙ୍ଗଲ ଅଞ୍ଚଳରେ କଦଳୀ ଚାଷ କରାଗଲେ ହାତୀ ଉପଦ୍ରବ କମିବ ବୋଲି ଚାଷୀମାନେ କହିଛନ୍ତି ।