ସୁବର୍ଣ୍ଣପୁର: ସହରର ବାବା ରାମେଶ୍ବରଙ୍କ ପୀଠରେ ସାମୁହିକ ବ୍ରତୋପନୟନ ଆୟୋଜିତ ହୋଇଛି । ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ସାଧାରଣ ବର୍ଗର 12 ଜଣ ବ୍ରାହ୍ମଣ ପିଲାଙ୍କ ବ୍ରତୋପନୟନ କାର୍ଯ୍ୟ ଶେଷ ହୋଇଛି ।
ନବ ବ୍ରାହ୍ମଣଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଏହି ଶୁଭ କାର୍ଯ୍ୟରେ ନିଜକୁ ସାମିଲ କରି ଆଶୀର୍ବାଦ ପ୍ରଦାନ କରିଛନ୍ତି । 200ରୁ ଅଧିକ ବ୍ରାହ୍ମଣ ପିଲାଙ୍କ ବ୍ରତୋପନୟନ କାର୍ଯ୍ୟ ମାଗଣାରେ ଏହି ପବିତ୍ର ଶୈବ ପୀଠରେ ସମ୍ପନ୍ନ ହୋଇଛି ।