ଓଡିଶା

odisha

ETV Bharat / state

ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ସ୍ବର୍ଣ୍ଣ ସର୍ପ

ଶୀତଳଷଷ୍ଠୀ ଯାତ୍ରା ପାଇଁ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ସ୍ବର୍ଣ୍ଣ ନିର୍ମିତ ବାବା ଚନ୍ଦ୍ରଶେଖର ଆଜି ଜିଲ୍ଲା କୋଷାଗାରରୁ ବାହାରିଛନ୍ତି । ପାରମ୍ପରିକ ରୀତିନୀତିରେ କୋଷାଗାରରେ ନାଗ ପ୍ରତିମାଙ୍କୁ ଜୀବନ୍ୟାସ କରାଯାଇ ଏକ ଶୋଭାଯାତ୍ରାରେ ସହରର ଥନାପତିପଡାସ୍ଥିତ ବାବା ଚନ୍ଦ୍ରଶେଖରଙ୍କ ମନ୍ଦିରକୁ ନିଆଯାଇଥିଲା ।

By

Published : Jun 4, 2019, 12:56 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁରର

ସୁବର୍ଣ୍ଣପୁରର: ଆଉ କିଛି ଘଣ୍ଟାର ସମୟ ପରେ ଆରମ୍ଭ ହେବ ଶୀତଳଷଷ୍ଠୀ ପାଇଁ ରୀତିନୀତି ପ୍ରକ୍ରିୟା । ଏଥିପାଇଁ ମୁଖ୍ୟ ଆକର୍ଷଣ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ସ୍ବର୍ଣ୍ଣ ବିଭୁଷିତ ବାବା ଚନ୍ଦ୍ରଶେଖର ଆଜି ଜିଲ୍ଲା କୋଷାଗାରରୁ ବାହାରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଜିଲ୍ଲା ଦେବୋତ୍ତର ଅଧିକାରୀ ତଥା ଉପ-ଜିଲ୍ଲାପାଳ ବଳରାମ ମଲ୍ଲିକ ଓ ଦେବୋତ୍ତର ପରିଚାଳକଙ୍କ ଉପସ୍ଥିତିରେ 108 ଭରି ନିର୍ମିତ ସ୍ବର୍ଣ୍ଣନାଗ ସହିତ ସୁନା ଓ ରୂପା ନିର୍ମିତ ଆଭୂଷଣ ଓ ମହଣ ମହଣ ରୂପାରେ ତିଆରି ବିମାନ, ଛତ୍ରିଛତ୍ର ଆଦି ଶୀତଳ ଷଷ୍ଠୀ ଯାତ୍ରା ପାଇଁ ବାହାର କରାଯାଇଛି ।

ରାଜାରାଜୁଡା ଅମଳରୁ ନିର୍ମିତ ନାଗ ପ୍ରତିମା ସହିତ ସ୍ବର୍ଣ୍ଣ ଓ ରୂପା ନିର୍ମିତ ଦ୍ରବ୍ୟାଦି ଯାତ୍ରା କମିଟିକୁ ପ୍ରଦାନ କରାଯାଇଛି । ପାରମ୍ପରିକ ରୀତିନୀତିରେ କୋଷାଗାରରେ ନାଗ ପ୍ରତିମାଙ୍କୁ ଜୀବନ୍ୟାସ କରାଯାଇ ଏକ ଶୋଭାଯାତ୍ରାରେ ସହରର ଥନାପତି ପଡାସ୍ଥିତ ବାବା ଚନ୍ଦ୍ରଶଖରଙ୍କ ମନ୍ଦିରକୁ ନିଆଯାଇଥିଲା ।

ପୂର୍ବରୁ ଶୀତଳଷଷ୍ଠୀ ଯାତ୍ରାରେ ବ୍ୟବହାର ହୋଇ ଆସୁଥିବା ନାଗ ପ୍ରତିମା ସହିତ ସ୍ବର୍ଣ୍ଣ ଓ ରୂପା ଆଭୂଷଣ, ବିମାନ ଆଦି ସୋନପୁର ଗଡଜାତର ଚୌହାନ ରାଜା ବୀରମିତ୍ରୋଦୟ ସିଂହ ଦେବ 1936 ମସିହାରେ ମରାମତି କାର୍ଯ୍ୟ କରିଥିଲେ । ଚଳିତ ବର୍ଷ ଦୋବୋତ୍ତର ବିଭାଗ ପକ୍ଷରୁ ପୁଣି 27 କେଜି ରୂପାରେ ନିର୍ମିତ ବାବା ଚନ୍ଦ୍ରଶେଖରଙ୍କ ନବ ନିର୍ମିତ ବିମାନ ବ୍ୟବହାର କରାଯିବ ବୋଲି ପୂଜକ ଲକ୍ଷ୍ମୀନାରାୟଣ ଥନାପତି କହିଛନ୍ତି ।

ପାଞ୍ଚ ଦିନ ଧରି ପାଳିତ ହେଉଥିବା ଦେବଦମ୍ପତିଙ୍କ ବିବାହ ଉତ୍ସବ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଉପ ଜିଲ୍ଲାପାଳ ବଳରାମ ମଲ୍ଲିକ କହିଛନ୍ତି ।


ସୁବର୍ଣ୍ଣପୁରରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details