ସୁବର୍ଣ୍ଣପୁର: ଏକାଠି ବଞ୍ଚିବା ପାଇଁ ବହୁତ ଚେଷ୍ଟା କରିଥିଲେ ପ୍ରେମୀଯୁଗଳ । କିନ୍ତୁ ସ୍ବୀକୃତି ଦେଲେନାହିଁ ପରିବାର ଲେକେ । ପାରିବାରିକ ସ୍ବୀକୃତି ନମିଳିବାରୁ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବଲାରଙ୍ଗା ଗାଁରେ ଘଟିଛି ଏଭଳି ଘଟଣା ।
ସୂଚନା ମୁତାବକ, ଉକ୍ତ ଗ୍ରାମର ଜଣେ ନାବାଳିକାଙ୍କୁ ନିକଟସ୍ଥ ଗ୍ରାମର ଜଣେ ଯୁବକ ଦୀର୍ଘ ଦିନରୁ ପ୍ରେମ କରୁଥିଲେ । କିନ୍ତୁ ନାବାଳିକାଙ୍କ ପରିବାର ଏହି ପ୍ରେମ ଘଟଣାକୁ ପ୍ରବଳ ବିରୋଧ କରିବା ସହିତ ଝିଅକୁ ତାଗିଦ କରୁଥିଲେ । ନାବାଳିକାଟି ଏନେଇ ତା ପ୍ରେମିକକୁ କହିଥିଲା । ଶେଷରେ କିଛି ଉପାୟ ନପାଇ ଦୁହେଁ ବିଷ ପିଇବାକୁ ନିଷ୍ପତ୍ତି ନେଇଥିଲେ । ଉଭୟ ନାବାଳିକାଙ୍କ ଘର ପଛପଟ ବାଡିରେ ବିଷ ପିଇଥିଲେ ।