ଓଡିଶା

odisha

ETV Bharat / state

ଲକଡାଉନ: ଭୋକିଲାଙ୍କ ଆହାର ଦେଲେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା କମିଟି

ଅସହାୟ, ଗରିବ, ନିରାଶ୍ରୟ ଓ ମାନସିକ ଅସୁସ୍ଥ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଛି ସୁବର୍ଣ୍ଣପୁରର ଶ୍ରୀ ଗୁଣ୍ଡିଚା ରଥଯାତ୍ରା କମିଟି । ଅଧିକ ପଢ଼ନ୍ତୁ...

od_sbn_hungry
ଲକଡାଉନ: ଭୋକିଲାଙ୍କ ଆହାର ଦେଲେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା କମିଟି

By

Published : Apr 13, 2020, 11:09 PM IST

Updated : Apr 14, 2020, 12:46 PM IST

ସୁବର୍ଣ୍ଣପୁର: ଅସହାୟ, ଗରିବ, ନିରାଶ୍ରୟ ଓ ମାନସିକ ଅସୁସ୍ଥ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଛି ସୁବର୍ଣ୍ଣପୁରର ଶ୍ରୀ ଗୁଣ୍ଡିଚା ରଥଯାତ୍ରା କମିଟି । ଏପରିକି ବୁଲା ଗାଈ ଗୋରୁଙ୍କୁ ବି ଚାରା ଖୁଆଇଛନ୍ତି କମିଟି ସଦସ୍ୟ ।

ଲକଡାଉନ: ଭୋକିଲାଙ୍କ ଆହାର ଦେଲେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା କମିଟି

କମିଟିର ବରିଷ୍ଠ ସଭ୍ୟ ମିଳନ ମିଶ୍ର ଓ ଗଙ୍ଗାଧର ତରିଆଙ୍କ ନେତୃତ୍ବରେ ସ୍ବେଚ୍ଛାସେବୀମାନେ ସହରର ମଝିପଡା, ବ୍ଳକ ଛକ, ବଡବଜାର, ବସଷ୍ଟାଣ୍ଡ ଆଦି ବିଭିନ୍ନ ସ୍ଥାନ ବୁଲି ଖାଦ୍ୟ ବଣ୍ଟନ କରିଛନ୍ତି ।

ଲକଡାଉନ ଯୋଗୁଁ ସହରର ଆହାର କେନ୍ଦ୍ର ପକ୍ଷରୁ ଦୁଇ ବେଳା ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ହେଲେ ସକାଳ ଜଳଖିଆ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ସ୍ବେଛାସେବୀମାନେ ଜଳଖିଆ ବାଣ୍ଟିଛନ୍ତି । ଜଳଖିଆରେ ପୁରୀ, ତରକାରୀ, କ୍ଷୀର ଓ ବିସ୍କୁଟ ଦିଆଯାଇଛି । ଶ୍ରୀଗୁଣ୍ଡିଚା କମିଟି ପକ୍ଷରୁ ପ୍ରତିଦିନ ଏପରି ଜଳଖିଆ ବଣ୍ଟନ ହେବ ବୋଲି କମିଟି କହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Apr 14, 2020, 12:46 PM IST

ABOUT THE AUTHOR

...view details