ଓଡିଶା

odisha

ETV Bharat / state

ପାତାଳୀ ଶ୍ରୀକ୍ଷେତ୍ର: କୃଷ୍ଣ-ବଳରାମ ବେଶରେ ଦର୍ଶନ ଦେଲେ କାଳିଆ ସୁନା

ଗତକାଲି ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରର ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପ୍ରଭୁ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ରାମ-ଲକ୍ଷ୍ମଣ ବେଶ ଅନୁଷ୍ଠିତ ହୋଇଥିଲା । ଆଜି କୃଷ୍ଣ ଓ ବଳରାମ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଦୁଇ ଠାକୁର ।

By

Published : Jul 9, 2019, 2:24 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ପ୍ରଭୁ ଜଗନ୍ନାଥଙ୍କ ବାର ଦିନାତ୍ମକ ଘୋଷଯାତ୍ରାରେ ବେନି ଭାଇଙ୍କ ଦଶାବତାର ବେଶରେ ଉତ୍ସବମୁଖର ହୋଇଛି ସୁବର୍ଣ୍ଣପୁର ସହର । ଗତକାଲି ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରର ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପ୍ରଭୁ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ରାମ-ଲକ୍ଷ୍ମଣ ବେଶ ଅନୁଷ୍ଠିତ ହୋଇଥିଲା । ଆଜି କୃଷ୍ଣ ଓ ବଳରାମ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଦୁଇ ଠାକୁର ।

ଗତକାଲି ପ୍ରଭୁ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ରାମ-ଲକ୍ଷ୍ମଣ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଏହି ବେଶ ଦେଖିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କର ପ୍ରବଳ ସମାଗମ ହୋଇଥିଲା । ଶ୍ରଦ୍ଧାଳୁଙ୍କ ଚନ୍ଦନ, କର୍ପୁର, ଧୂପ, ଦୀପ, ବିଭିନ୍ନ ପ୍ରକାରର ପୁଷ୍ପ ଓ ନୈବେଦ୍ୟରେ ମହକି ଉଠୁଥିଲା ଶ୍ରୀ ଗୁଣ୍ଡିଚା ଗୁଡି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ଶ୍ରୀ ନୃସିଂହ ଦେବଙ୍କ ସହିତ ବେନି ଭାଇଙ୍କ ବେଶ ଓ ଦେବୀ ସୁଭଦ୍ରାଙ୍କୁ ଦର୍ଶନ କରିବା ସହିତ ବିଭୂକୃପା ପାଇବାକୁ ସଂଧ୍ୟାରୁ ଭକ୍ତଙ୍କର ଲମ୍ବାଧାଡି ଲାଗିଥିଲା । ସନ୍ଧ୍ୟା 6ଟାରୁ ପ୍ରାୟ ରାତି 11 ଟା ଯାଏଁ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ । ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଗୁଣ୍ଡିଚା ମନ୍ଦିର ଗର୍ଭଗୃହରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା ।

ପ୍ରଭୁ ଜଗନ୍ନାଥଙ୍କ ବାର ଦିନାତ୍ମକ ଘୋଷଯାତ୍ରାରେ ବେନି ଭାଇଙ୍କ ଦଶାବତାର ବେଶରେ ଉତ୍ସବମୁଖର ହୋଇଛି ସହର । ଜଗନ୍ନାଥ ସଂସ୍କୃତିର ଅନନ୍ୟ ପୀଠ ସୁବର୍ଣ୍ଣପୁରରେ ହରିବୋଲ ହୁଳହୁଳି, ନାମ ସଂକୀର୍ତ୍ତନ, ଭଜନ ଜଣାଣରେ ପ୍ରକମ୍ପିତ ହେଉଛି ସାରା ଗଡ଼ଜାତ

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details