ସୁବର୍ଣ୍ଣପୁର: ଆଜି ପବିତ୍ର ଜନ୍ମାଷ୍ଟମୀ ବା କୃଷ୍ଣଜନ୍ମ । ଏହି ଅବସରରେ ସୁବର୍ଣ୍ଣପୁର ସହରରେ ବେଶ ଆନନ୍ଦ ଉଲ୍ଲାସର ସହିତ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳନ କରାଯାଉଛି । କୋରୋନା ସଂକ୍ରମଣକୁ ଆଖି ଆଗରେ ରଖି ସହରର ଅଷ୍ଟ ବିଷ୍ଣୁଙ୍କ ମନ୍ଦିରରେ କେବଳ ନୀତିକାନ୍ତିରେ ସୀମିତ ରଖିବାକୁ ଜିଲ୍ଲା ଦେବୋତ୍ତର ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶକୁ ସେବାୟତମାନେ ଠିକ ଭାବେ ପାଳନ କରିଛନ୍ତି ।
ସୁବର୍ଣ୍ଣପୁର ଅଷ୍ଟ ବିଷ୍ଣୁଙ୍କ ମନ୍ଦିରରେ ନିରାଡମ୍ବର ଭାବେ ଜନ୍ମାଷ୍ଟମୀ ପାଳିତ
କୋରୋନା ସଂକ୍ରମଣକୁ ଆଖି ଆଗରେ ରଖି ସହରର ଅଷ୍ଟ ବିଷ୍ଣୁଙ୍କ ମନ୍ଦିରରେ କେବଳ ନୀତିକାନ୍ତିରେ ସୀମିତ ରଖିବାକୁ ଜିଲ୍ଲା ଦେବୋତ୍ତର ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶକୁ ସେବାୟତମାନେ ଠିକ ଭାବେ ପାଳନ କରିଛନ୍ତି ।
ସୁବର୍ଣ୍ଣପୁର ଅଷ୍ଟ ବିଷ୍ଣୁଙ୍କ ମନ୍ଦିରରେ ନିଡାମ୍ବାରରେ ଜନ୍ମାଷ୍ଟମୀ ପାଳିତ
ଆଜି ଭୋର ସକାଳୁ ଅଷ୍ଟ ବିଷ୍ଣୁଙ୍କ ମନ୍ଦିରରେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ । ତେବେ ଆଜି ଜିଲ୍ଲାର ପୁରପଲ୍ଲୀରୁ ଆରମ୍ଭ କରି ସହର ଯାଏଁ ବେଶ ଧୁମଧାମରେ ଏହି ପର୍ବ ପାଳନ କରାଯାଉଛି। ପରମ୍ପରା କ୍ରମେ ଆସନ୍ତାକାଲି ନନ୍ଦୋତ୍ସବ ଅବସରରେ ସହରର ଶ୍ରୀବଡ ଜଗନ୍ନାଥଙ୍କ ମନ୍ଦିରରେ ପଣ୍ଡିତ ମହାସଭା ବସି ଏଥରର ନବାର୍ଣ୍ଣ ଲଗ୍ନ ନିର୍ଣ୍ଣୟ କରାଯିବ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ