ଓଡିଶା

odisha

ETV Bharat / state

ଜଳସେଚନ ପ୍ରକଳ୍ପକୁ ଅର୍ଥ ମଞ୍ଜୁର - ଅର୍ଥ ମଞ୍ଜୁର

ଜଳସେଚନ ପ୍ରକଳ୍ପ ଗୁଡିକୁ କ୍ୟାବିନେଟ ଅନୁମୋଦନ କରିଥିବା ବେଳେ ଅର୍ଥ ବିଭାଗ ଆବଶ୍ୟକ 1138 କୋଟି ଟଙ୍କା ମଞ୍ଜୁର କରିଥିବା ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

_irrigation projects
ଜଳସେଚନ ପ୍ରକଳ୍ପକୁ ଅର୍ଥ ମଞ୍ଜୁର

By

Published : Aug 13, 2020, 11:43 AM IST

Updated : Aug 13, 2020, 11:55 AM IST

ସୁବର୍ଣ୍ଣପୁର: ଜଳସେଚନ ପ୍ରକଳ୍ପ ଗୁଡିକୁ କ୍ୟାବିନେଟ ଅନୁମୋଦନ କରିଥିବା ବେଳେ ଅର୍ଥ ବିଭାଗ ଆବଶ୍ୟକ 1138 କୋଟି ଟଙ୍କା ମଞ୍ଜୁର କରିଥିବା ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପଶ୍ଚିମ ଓଡ଼ିଶାର ବିଜେପୁରରେ 700 କୋଟି ଟଙ୍କା ବ୍ୟୟ ଅଟକଳରେ ମେଗା ଜଳସେଚନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ପରେ ଟେଣ୍ଡର ପ୍ରକ୍ରିୟା କରାଯାଇଥିବା ସେ କହିଛନ୍ତି । ଏହି ପ୍ରକଳ୍ପ ହେଲେ ବିଜେପୁର,ବରପାଲି, ସହରା ଓ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ଚାଷଜମି ଜଳସେଚିତ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଜଳସେଚନ ପ୍ରକଳ୍ପକୁ ଅର୍ଥ ମଞ୍ଜୁର

ଏହି ପ୍ରକଳ୍ପ ଅଧୀନରେ ଥିବା 25 ହଜାର 600 ହେକ୍ଟର ଜମି ଜଳସେଚିତ ହୋଇ ପାରିବ । ଏହି ପ୍ରକଳ୍ପ 23 ମାସ ଭିତରେ ଶେଷ ହେବ । ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ବାକି ପଡିଥିବା ଅଂଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ବି ତୁରନ୍ତ ଶେଷ ହେବ । ରାଜ୍ୟ କ୍ୟାବିନେଟ ଜଳସେଚନ ପାଇଁ ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରିବା ପାଇଁ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରିଥିବାରୁ ଅର୍ଥମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Aug 13, 2020, 11:55 AM IST

ABOUT THE AUTHOR

...view details