ସୁବର୍ଣ୍ଣପୁର: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସହରରେ ତ୍ରୁଟିପୂର୍ଣ୍ଣ ନାମ ଫଳକ ବ୍ୟବହାରକୁ ନେଇ ଦେଖାଦେଇଛି ଅସନ୍ତୋଷ । ସହରର ବିଭିନ୍ନ ପ୍ରାଚୀନ ଓ ଐତିହାସିକ ମନ୍ଦିର ଫାଟକ ଆଗରେ ତ୍ରୁଟିପୂର୍ଣ୍ଣ ନାମଫଳକ ବ୍ୟବହାର କରାଯାଇଥିବାରୁ ସହରର ଜନସାଧାରଣ ଓ ଯାତ୍ରୀ ପର୍ଯ୍ୟଟକ ମାନେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ବେଶ ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି । ଗତ ଦୁଇ ଦିନ ତଳେ ରାଜଧାନୀ ଭୁବନେଶ୍ବରରୁ ନାମଫଳକ ଗୁଡିକ ଆସିଥିଲା । ଜିଲ୍ଲା ପ୍ରଶାସନ, ଦେବୋତ୍ତର ବିଭାଗ ଓ ମନ୍ଦିର କମିଟିଗୁଡିକର ଅଗୋଚରରେ ତ୍ରୁଟିପୂର୍ଣ୍ଣ ନାମଫଳକଗୁଡିକ ଲଗାଇ ଦିଆ ଯାଇଛି । ତେବେ ଏହି ଫଳକକୁ ନେଇ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ତଥା ମନ୍ଦିର କମିଟିଗୁଡିକର କର୍ମକର୍ତ୍ତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏହା ମଧ୍ୟ ପଢନ୍ତୁ-ନିଜ ଘରକୁ ରାହୁଲ ଗାନ୍ଧୀଙ୍କ ନାମରେ କରିଦେଲେ ଜଣେ ମହିଳା, କହିଲେ ଏମିତି
ଜିଲ୍ଲାବାସୀଙ୍କ ଭାବାବେଗ ଉପରେ ପର୍ଯ୍ୟଟନ ବିଭାଗର କୁଠାରଘାତ କରିଥିବା ଅଭିଯୋଗ ହେଉଛି । ତେବେ ଫଳକରେ ସାଂଘାତିକ ତୃଟି ଥିବାରୁ ତୁରନ୍ତ ଏହି ଫଳକ ଗୁଡିକ ଅପସାରଣ କରି ନେବା ପାଇଁ ସହରର ବୁଦ୍ଧିଜୀବୀ ମାନେ ଜିଲ୍ଲା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି । ସୁବର୍ଣ୍ଣପୁରର ଇଷ୍ଟ ଦେବ ବାବା ସୁବର୍ଣ୍ଣମେରୁଙ୍କ ମନ୍ଦିର ଆଗରେ ଲାଗିଥିବା ଫଳକରେ ଇଂରାଜୀରେ ମାଁ ସୁବର୍ଣ୍ଣମେରୁ ଲେଖା ଯାଇଛି । ସେହିପରି ପଞ୍ଚରଥ ଓ ରାମେଶ୍ବର ଆଦି ମନ୍ଦିରରେ ଲାଗିଥିବା ନାମଫଳକରେ ବି ସମାନ ତ୍ରୁଟି ରହିଛି ।