ଓଡିଶା

odisha

By

Published : Apr 8, 2021, 10:32 AM IST

ETV Bharat / state

ଖର୍ଚ୍ଚ ହେଲାଣି 25 ଲକ୍ଷ ଟଙ୍କା, ସରୁନି ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ

ସରୁନି ବିନିକା ସହରରେ ମିନି ଷ୍ଠାଡିୟମର ନିର୍ମାଣ କାର୍ଯ୍ୟ । ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମିଳିଥିବା 25 ଲକ୍ଷ ଟଙ୍କାର ଅନୁଦାନ ଖର୍ଚ୍ଚ ହୋଇ ସାରିଛି ଅଥଚ ଷ୍ଟାଡିୟମ ଖେଳ ଉପଯୋଗୀ ହୋଇ ପାରିନାହିଁ । ଅଧିକ ପଢନ୍ତୁ...

ଖର୍ଚ୍ଚ ହୋଇ ଚାଲିଛି ସରକାରୀ ଅନୁଦାନ, ସମ୍ପୁର୍ଣ୍ଣ ହୋଇପାରୁନି ମିନି ଷ୍ଟାଡିୟମ
ଖର୍ଚ୍ଚ ହୋଇ ଚାଲିଛି ସରକାରୀ ଅନୁଦାନ, ସମ୍ପୁର୍ଣ୍ଣ ହୋଇପାରୁନି ମିନି ଷ୍ଟାଡିୟମ

ସୁବର୍ଣ୍ଣପୁର: ସରୁନି ବିନିକା ସହରରେ ମିନି ଷ୍ଠାଡିୟମର ନିର୍ମାଣ କାର୍ଯ୍ୟ । ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମିଳିଥିବା 25 ଲକ୍ଷ ଟଙ୍କାର ଅନୁଦାନ ଖର୍ଚ୍ଚ ହୋଇ ସାରିଛି ଅଥଚ ଷ୍ଟାଡିୟମ ଖେଳ ଉପଯୋଗୀ ହୋଇ ପାରିନାହିଁ । 2017-18 ଆର୍ଥିକ ବର୍ଷରେ ସରକାର ମିନି ଷ୍ଟାଡିୟମ ଯୋଜନାରେ ଦେଇଥିବା ଅନୁଦାନ ବିଜ୍ଞାପିତ ଅଞ୍ଚଳ ପରିଷଦ ଖର୍ଚ୍ଚ କରି ସାରିଛି । 20 ଲକ୍ଷ ଟଙ୍କା ଗ୍ୟାଲେରୀ ନିର୍ମାଣ ବାବଦକୁ ଖର୍ଚ୍ଚ କରାଯାଇଥିବା ବେଳେ 5 ଲକ୍ଷ ଟଙ୍କା ପଡିଆ ସମତଳ କରିବା ପାଇଁ ମାଟି କାର୍ଯ୍ୟ କରାଯାଇଛି ।

ଖର୍ଚ୍ଚ ହୋଇ ଚାଲିଛି ସରକାରୀ ଅନୁଦାନ, ସମ୍ପୁର୍ଣ୍ଣ ହୋଇପାରୁନି ମିନି ଷ୍ଟାଡିୟମ

ତେବେ ଖାଲୁଆ ଅଞ୍ଚଳରେ ଷ୍ଟାଡିୟମ ନିର୍ମାଣ କରାଯାଉଥିବାରୁ ଷ୍ଟାଡିୟମରେ ବର୍ଷା ଜଳ ଜମି ରହୁଛି ଫଳରେ ଗ୍ରୀଷ୍ଣମାସ ପର୍ଯ୍ୟନ୍ତ ପଡିଆରୁ ପାଣି ଶୁଖି ପାରୁନାହିଁ । ସେହିପରି ପଡିଆଟି ସମ୍ପୂର୍ଣ୍ଣ ସମତଳ କରାଯାଇ ନ ଥିବାରୁ ସହରର କ୍ରୀଡାବିତ ଓ ଖେଳାଳୀଙ୍କ ବ୍ୟବହାର ପାଇଁ ତାହା ଉପଯୋଗୀ ହୋଇ ପାରୁନାହିଁ । ତେବେ ଜିଲ୍ଲାର ପ୍ରତିଟି ବ୍ଳକରେ ମିନି ଷ୍ଟାଡିୟମ ତିଆରି ଆରମ୍ଭ ହୋଇଥିବା ବେଳେ ଷ୍ଟାଡିୟମ ଗୁଡିକ ସମ୍ପୁର୍ଣ୍ଣ ହୋଇ ପାରିନାହିଁ । ଏ ସମ୍ପର୍କରେ ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ତେବେ ଯେଉଁ ଯାଗାରେ ସମସ୍ୟା ରହିଛି ତାହା ବିଚାର କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ମନ୍ତ୍ରୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details