ଓଡିଶା

odisha

ETV Bharat / state

ଦେବୋତ୍ତର ଭୂସମ୍ପତ୍ତିର ବେଆଇନ ଦଖଲ, କାର୍ଯ୍ୟାନୁଷ୍ଠାନ ନେଉନି ପ୍ରଶାସନ

ସୋନପୁର ଗଡଜାତର ଦେଵାଦେବୀଙ୍କ ଦୈନନ୍ଦିନ ନୀତିକାନ୍ତି ଓ ସେବାୟତଙ୍କ ଭରଣପୋଷଣ ପାଇଁ ତତ୍କାଳୀନ ଚୌହାନ ଶାସକ ମାନେ ଭୂସମ୍ପତ୍ତିର ବ୍ୟବସ୍ଥା କରିଥିଲେ । ଶାସକ ମାନେ ତିଆରି କରିଥିବା ଭୂଦଲିଲରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ସେବାୟତ ମାନେ ଦେଵାଦେବୀଙ୍କ ସେବା ପୂଜା କରୁଥିବା ପର୍ଯ୍ୟନ୍ତ ଭୂସମ୍ପତ୍ତିର ଭୋଗ ଦଖଲ କରିବେ । ଅଧିକ ପଢନ୍ତୁ...

goodess land occupaies in subarnapur
ଦେବୋତ୍ତର ଭୂସମ୍ପତ୍ତିର ବେଆଇନ ଦଖଲ, କାର୍ଯ୍ୟାନୁଷ୍ଠାନ ନେବାରେ ପଛଘୁଞ୍ଚା ଦେଉଛି ପ୍ରଶାସନ

By

Published : Apr 9, 2021, 7:42 PM IST

ସୁବର୍ଣ୍ଣପୁର: ସୋନପୁର ଗଡ଼ଜାତରେ ମନ୍ଦିର ଗୁଡିକର ଦୈନନ୍ଦିନ ନୀତିକାନ୍ତି ଓ ପୂଜା ସେବା ପାଇଁ ହଜ଼ାର ହଜ଼ାର ଏକର ଭୂସମ୍ପତ୍ତିର ବ୍ୟବସ୍ଥା କରାଯାଇଛି।ତତ୍କାଳୀନ ଚୌହାନ ଶାସକମାନେ ମନ୍ଦିର ଗୁଡିକର ଦୈନିକ ଭୋଗ ଖଞ୍ଜା ସାଙ୍ଗକୁ ସେବାୟତଙ୍କ ପୂଜା ସେବା ପାଇଁ ହଜ଼ାର ହଜ଼ାର ଏକର ଭୂସମ୍ପତ୍ତି ପ୍ରଦାନ କରିଛନ୍ତି । ହେଲେ ଗଡଜାତର ଖମ୍ବେଶ୍ୱରୀ ମନ୍ଦିରର ସେବାୟତମାନେ ବେଆଇନ ଭାବେ ଭୋଗ ଜମି ଦଖଲ କରୁଥିବା ବେଳେ ଦେଵଦେବୀଙ୍କ ପୂଜା ସେବା କରୁ ନାହାନ୍ତି । ଏପଟେ ସେବାୟତମାନଙ୍କ ଉପରେ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛି ଦେବୋତ୍ତର ବିଭାଗ ।

ଦେବୋତ୍ତର ଭୂସମ୍ପତ୍ତିର ବେଆଇନ ଦଖଲ, କାର୍ଯ୍ୟାନୁଷ୍ଠାନ ନେଉନି ପ୍ରଶାସନ

ଐତିହାସିକ କୀର୍ତ୍ତିରାଜିରେ ଭରପୁର ସୁବର୍ଣ୍ଣପୁର ଜିଲ୍ଲାରେ ରହିଛି 108 ମନ୍ଦିର। ଏ ମନ୍ଦିର ଗୁଡ଼ିକର ସୁପରିଚାଳନା ପାଇଁ ରହିଛି ହଜାର ହଜାର ଏକର ଭୂସମ୍ପତ୍ତି । ସୋନପୁର ଗଡଜାତ ଦେଵାଦେବୀଙ୍କ ଦୈନନ୍ଦିନ ନୀତିକାନ୍ତି ଓ ସେବାୟତଙ୍କ ଭରଣ ପୋଷଣ ପାଇଁ ତତ୍କାଳୀନ ଚୌହାନ ଶାସକମାନେ ଭୂସମ୍ପତ୍ତିର ବ୍ୟବସ୍ଥା କରିଥିଲେ । ଶାସକମାନେ ତିଆରି କରିଥିବା ଭୂଦଲିଲରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ସେବାୟତମାନେ ଦେଵାଦେବୀଙ୍କ ସେବା ପୂଜା କରୁଥିବା ପର୍ଯ୍ୟନ୍ତ ଭୂସମ୍ପତ୍ତିର ଭୋଗ ଦଖଲ କରିବେ। ହେଲେ ଏବେ ଗଡଜାତର ଖମ୍ବେଶ୍ବରୀ ମନ୍ଦିର ସେବାୟତ ମାନେ ପୂଜାରୁ ନିବୃତ୍ତ ରହୁଥିଲେ ସୁଦ୍ଧା ଭୂସମ୍ପତ୍ତିକୁ ବେଆଇନ ଜବରଦଖଲ କରିଛନ୍ତି ।

ସକମା ଗାଁରେ ରହିଛି ଦେବୋତ୍ତର ବିଭାଗର 495 ଏକର ଭୂସମ୍ପତ୍ତି। ଶତାଧିକ ସେବାୟତ ଏହି ସମ୍ପତ୍ତିର ଭୋଗ ଦଖଲ କରୁଛନ୍ତି। ଦେବାଦେବୀଙ୍କ ପୂଜା ସେବା କରିବା ସହିତ ଦଶରା ମାସର ବଳୀ ଯାତ୍ରାରେ ସାମିଲ ହେବା ପାଇଁ ସେବାୟତ ମାନଙ୍କୁ ନିର୍ଦେଶ ରହିଛି।ହେଲେ ଆଜକୁ ଦେଢ଼ ଦଶନ୍ଧିରୁ ଅଧିକ ହେଲା ସେବାୟତ ମାନେ ନିଜ ଦାଇତ୍ୱ ସମ୍ପାଦନ କରୁ ନ ଥିବା ବେଳେ ବେଆଇନ ଭାବେ ଜମିଜମାର ଭୋଗ ଦଖଲ କରୁଛନ୍ତି । ସେହିପରି ସହରରେ ମାଣିକେଶ୍ୱରୀ, ବୁଢ଼ୀ ସମଲାଇ ଆଦି ଦେବୀଙ୍କ ଭୂସମ୍ପତ୍ତି ବେଆଇନ ଭାବେ ସର୍ବସାଧାରଣ ଲୋକେ ଦଖଲ କରି ରହିଛନ୍ତି। ହେଲେ ଦେବୋତ୍ତର ବିଭାଗର ଅବହେଳା ଯୋଗୁଁ ଭୂସମ୍ପତ୍ତିର ସୁରକ୍ଷା କରାଯାଇ ପାରୁ ନ ଥିବାବେଳେ ଅଧିକାଂଶ ଭୂସମ୍ପତ୍ତିରୁ ଆଦାୟ କିଛି ହୋଇ ପାରୁନାହିଁ । ଅପରପକ୍ଷରେ ସକମା ଗାଁର ସେବାୟତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦେବୋତ୍ତର କମିଟିରେ ନିଷ୍ପତ୍ତି ହୋଇଥିବା ବେଳେ ପର୍ଯ୍ୟାୟ କ୍ରମେ ସମ୍ପତ୍ତିର ଆକଳନ ଓ ସୁରକ୍ଷା ଦେବାକୁ କାର୍ଯ୍ୟ ଆରମ୍ଭ ହୋଇଥିବା ଉପ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ କହିଛନ୍ତି ।

ସୋନପୁର ଗଡଜାତର ଦେବା ଦେବୀଙ୍କ ପ୍ରଚୁର ସମ୍ପତ୍ତି ରହିଛି। ଏହାର ସଦୁପଯୋଗ କଲେ ଗଡଜାତର ସଂସ୍କୃତିର ସୁରକ୍ଷା, ପ୍ରାଚୀନ କୀର୍ତିରାଜିର ସୁରକ୍ଷା ସହିତ ମନ୍ଦିର ଗୁଡିକର ଉନ୍ନତି କରାଯାଇ ପାରିବ ନିଶ୍ଚୟ।କେବଳ ଦେବୋତ୍ତର ବିଭାଗ ଏଥିପାଇଁ ଯତ୍ନବାନ ହେବା ଆବଶ୍ୟକ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details