ଓଡିଶା

odisha

ETV Bharat / state

ମଡେଲ୍ ବୁଥ, ଦିବ୍ୟାଙ୍ଗ କର୍ମଚାରୀ ପୋଲିଂ ଅଫିସର - voting

ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଆଦର୍ଶ ଭୋଟ ଗ୍ରହଣ କେନ୍ଦ୍ର ଖୋଲାଯାଇଛି। ଯେଉଁଠି ଜଣେ ଭିନ୍ନକ୍ଷମ କର୍ମଚାରୀଙ୍କୁ ପ୍ରିଜାଇଡିଂ ଓ ଚାରି ଜଣ ଦିବ୍ୟାଙ୍ଗ କର୍ମଚାରୀଙ୍କୁ ପୋଲିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି ସୁବର୍ଣ୍ଣପୁର

By

Published : Apr 18, 2019, 2:35 PM IST

ସୁବର୍ଣ୍ଣପୁର: ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଆଦର୍ଶ ଭୋଟ ଗ୍ରହଣ କେନ୍ଦ୍ର ଖୋଲାଯାଇଛି। ସଦର ମହକୁମାର ମଝିପଡା ପ୍ରାଥମିକ ବିଦ୍ୟାଳୟରେ ଏହି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ଏହାର ବିଶେଷତ୍ବ ହେଲା ଏହି ଭୋଟ ଗ୍ରହଣ କେନ୍ଦ୍ରରେ ଦିବ୍ୟାଙ୍ଗ କର୍ମଚାରୀମାନଙ୍କୁ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି ସୁବର୍ଣ୍ଣପୁର

ଯେଉଁଠି ଜଣେ ଭିନ୍ନକ୍ଷମ କର୍ମଚାରୀଙ୍କୁ ପ୍ରିଜାଇଡିଂ ଓ ଚାରି ଜଣ ଦିବ୍ୟାଙ୍ଗ କର୍ମଚାରୀଙ୍କୁ ପୋଲିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଚାରି ଜଣ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଭିନ୍ନକ୍ଷମ ଭୋଟରମାନଙ୍କ ପାଇଁ ହ୍ବିଲ ଚେୟାରର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ଭୋଟ ଗ୍ରହଣ କେନ୍ଦ୍ରରେ ଏଜେଣ୍ଟମାନେ କର୍ମଚାରୀମାନଙ୍କୁ ବେଶ ସହାୟତା ଓ ସହଯୋଗ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି ।

ଭିନ୍ନ ଭାବରେ ସକ୍ଷମ ବ୍ୟକ୍ତି ବିଶେଷଙ୍କୁ ଏହି ଭୋଟ ଗ୍ରହଣ କେନ୍ଦ୍ରରେ ନିଯୁକ୍ତି ଦିଆଯାଇ ଥିବାରୁ ଏହି କେନ୍ଦ୍ରକୁ ନିର୍ବାଚନୀ ରିଟର୍ଣ୍ଣିଂ ଅଫିସରଙ୍କ ସମେତ ବିଭିନ୍ନ ପଦାଧିକାରୀଙ୍କ ନଜର ରହିଛି । ଏହି ଭୋଟ ଗ୍ରହଣ କେନ୍ଦ୍ରରେ ଏଯାଏଁ ଶାନ୍ତିପୂର୍ଣ୍ଣ ଭାବେ ମତଦାନ
ଜାରି ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details