ଓଡିଶା

odisha

By

Published : Aug 26, 2020, 1:45 PM IST

ETV Bharat / state

ଲଗାଣ ବର୍ଷାରେ ବେହାଲ ସୁବର୍ଣ୍ଣପୁର, ଜଳବନ୍ଦୀ ଲୋକେ

ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ସୁବର୍ଣ୍ଣପୁର ସହର । ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ରାସ୍ତାରେ ପାଣି ଚାଲୁଛି । ତଳିଆ ଅଞ୍ଚଳରେ ଘର ଭିତରକୁ ପାଣି ପଶିଛି । ଅନେକ ରାସ୍ତାରେ ଦୁଇରୁ ତିନି ଫୁଟ ପାଣି ଜମି ଥିବାରୁ ଲୋକେ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।

heavy rain
ଜଳବନ୍ଦୀ ଅବସ୍ଥାରେ ସୁବର୍ଣ୍ଣପୁର ସହର

ସୁବର୍ଣ୍ଣପୁର:ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ସୁବର୍ଣ୍ଣପୁର ସହର । ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ରାସ୍ତାରେ ପାଣି ଚାଲୁଛି । ତଳିଆ ଅଞ୍ଚଳରେ ଘର ଭିତରକୁ ପାଣି ପଶିଛି । ଅନେକ ରାସ୍ତାରେ ଦୁଇରୁ ତିନି ଫୁଟ ପାଣି ଜମି ଥିବାରୁ ଲୋକେ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।

ଜଳବନ୍ଦୀ ଅବସ୍ଥାରେ ସୁବର୍ଣ୍ଣପୁର ସହର

ମଙ୍ଗଳବାର ଠାରୁ ତୁହାକୁ ତୁହା ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ସହରର ପ୍ରେସ କଲୋନୀ ରାସ୍ତାରେ ଆଣ୍ଠୁଏ ପାଣି ଚାଲୁ ଥିବାରୁ ଲୋକେ ଦୈନିକ ବଜ଼ାର ମଧ୍ୟ ଯାଇ ପାରି ନାହାନ୍ତି । ସେହିପରି ପଟାଭାଡ଼ିର କିଛି ଯାଗାରେ ରାସ୍ତାର ପାଣି ଘର ଭିତରକୁ ମାଡ଼ି ଯାଇଛି । ସେହିପରି ଝୁପୁଡ଼ି ପଡା, ଗୋକରନେଶ୍ବର ପଡା ଆଦି ରାସ୍ତାରେ ପାଣି ଚାଲୁଛି । ସଦର ଅଗ୍ନିଶମ ବିଭାଗ ପକ୍ଷରୁ ପଟାଭାଡ଼ିର ତଳିଆ ଅଞ୍ଚଳରେ ଜମି ରହିଥିବା ବର୍ଷା ଜଳକୁ ପମ୍ପ ସାହାଯ୍ୟରେ ନିଷ୍କାସନ କରୁଛନ୍ତି । ଲୋକେ ଜଳ ନିଷ୍କାସନ ବ୍ୟବସ୍ଥାରେ ସଦର ପୌର ପରିଷଦ ଦୃଷ୍ଟି ଦେବାକୁ ଦାବିକରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details