ଓଡିଶା

odisha

ETV Bharat / state

ଜଙ୍ଗଲ ଜମିପଟ୍ଟା ପାଇଁ ନାକଚ ଆବେଦନକାରୀଙ୍କ ପାଇଁ ଶୁଣାଣି ଶିବିର

ଜଙ୍ଗଲ ଅଧିକାର ଆଇନ ବଳରେ ଜଙ୍ଗଲ ଜମି ଚାଷ ପଟ୍ଟା ପାଇଁ ନାକଚ ହୋଇଥିବା ଆବେଦନକାରୀଙ୍କ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିର ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ।

By

Published : Jun 19, 2019, 11:41 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଜଙ୍ଗଲ ଅଧିକାର ଆଇନ ବଳରେ ଜଙ୍ଗଲ ଜମି ଚାଷ ପଟ୍ଟା ପାଇଁ ନାକଚ ହୋଇଥିବା ଆବେଦନକାରୀଙ୍କ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିର ଜିଲ୍ଲା ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ମଧୂସୂଦନ ମିଶ୍ର ଏହି ଶିବିରରେ ଯୋଗଦେଇ ଜଙ୍ଗଲ ଅଧିକାର ଆଇନ 2006 ଅନୁଯାୟୀ ନାକଚ ହୋଇଥିବା ଆବେଦନ ଗୁଡିକର ସମୀକ୍ଷା କରିଥିଲେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ରାଜସ୍ବ ଅଧିକାରୀମାନଙ୍କ ସମେତ ବନ ବିଭାଗର କର୍ମଚାରୀ ଓ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଯୋଗଦେଇ ନାକଚ ଆବେଦନ ଗୁଡିକର ତ୍ରୁଟି ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଏହି ବୈଠକରେ ଆଦିବାସୀମାନଙ୍କ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ଅଧିକାର ଓ ଜଙ୍ଗଲ ଅଧିକାର ଆଇନ ସଂପର୍କରେ ବିଭାଗର କର୍ମଚାରୀମାନେ ସରକାରୀ ଆଇନକୁ ବିଶ୍ଲେଷଣ କରିଥିଲେ ।

ଭୂମିହୀନ ମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ ଉପରେ ରାଜସ୍ବ ଅଧିକାରୀମାନେ ନେଇଥିବା ପଦକ୍ଷେପ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଜିଲ୍ଲାରେ ଜଙ୍ଗଲ ଜମି ଚାଷ କରୁଥିବା ଶହ ଶହ ଆଦିବାସୀ ସଂପ୍ରଦାୟର ଚାଷୀମାନେ ନିଜ ନାଁରେ ସରକାରୀ ପଟ୍ଟା କରାଇବାକୁ ଆବେଦନ କରିଛନ୍ତି । ଯାହା ଉପରେ ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପ ସଂପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details