ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ଅଶୋକ ପୂଜାରୀଙ୍କୁ ଜୋରଦାର ସ୍ବାଗତ

ଅଶୋକ ପୂଜାରୀଙ୍କୁ ଟିକେଟ ମିଳିବା ପରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଭିତରେ ଜୋସ ବଢିଯାଇଛି । ଆଜି ଅଶୋକ ପୂଜାରୀ ସୁବର୍ଣ୍ଣପୁର ଆସିବାମାତ୍ରେ ତାଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ସେ ଜିଲ୍ଲାର ଇଷ୍ଟଦେବୀ ମାଁ ସୁରେଶ୍ବରୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ ।

By

Published : Mar 23, 2019, 9:10 PM IST

ଫଟୋ ସୌଜନ୍ୟ:ପ୍ରତିନିଧି,ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଆସନ୍ତା ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଦଳୀୟ ପ୍ରସ୍ତୁତି ଜୋରଦାର କରିଥିବାବେଳେ ଅର୍ଦ୍ଧାଧିକ ଦଳୀୟ ପ୍ରାର୍ଥୀ ମଧ୍ୟ ଘୋଷଣା କରିଛନ୍ତି । ଗତକାଲି ବିଜେପିର ଦ୍ବିତୀୟ ପର୍ଯ୍ୟାୟ ଟିକେଟ ତାଲିକା ପ୍ରକାଶ ପାଇବା ପରେସୁବର୍ଣ୍ଣପୁରବିଜେପିରେ ଜୋରଦାର ଉତ୍ସାହ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁରବିଧାନସଭା ପ୍ରାର୍ଥୀ ପାଇଁ ଅଶୋକ ପୂଜାରୀଙ୍କୁ ଟିକେଟ ମିଳିବା ପରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଭିତରେ ଜୋସ ବଢିଯାଇଛି । ଆଜି ଅଶୋକ ପୂଜାରୀ ସୁବର୍ଣ୍ଣପୁର ଆସିବାମାତ୍ରେ ତାଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ସେ ଜିଲ୍ଲାର ଇଷ୍ଟଦେବୀ ମାଁ ସୁରେଶ୍ବରୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ଦଳପକ୍ଷରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା କରି ସହର ପରିକ୍ରମା କରାଯାଇଥିଲା ।


ସୂଚନାଯୋଗ୍ୟଯେ ସୁବର୍ଣ୍ଣପୁର ବିଧାନସଭା ଆସନ ପାଇଁ ବିଜେଡି ଏବେକାର ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପ୍ରାର୍ଥୀ କରିଛି । ଯିଏକି ଗତ ଦଶବର୍ଷ ହେଲା ଏହି ଆସନରୁ ବିଧାୟକ ଅଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details