ସୁବର୍ଣ୍ଣପୁର: ଜଟିଆପାଲି ଗାଁର ଅଙ୍ଗନବାଡି କେନ୍ଦ୍ରରେ ଅଘଟଣ । ପାଚିକା ଅଣ୍ଡା ସିଝାଇବା ପରେ ଗରମ ପାଣି ଫୋପାଡିବାବେଳେ ଅସାବଧାନତା ଯୋଗୁଁ 3 ବର୍ଷୀୟ ଶିଶୁ କନ୍ୟା ଉପରେ ଏହା ପଡିଯାଇଥିଲା । ଫଳରେ ଶିଶୁ କନ୍ୟାଟିର ଶରୀରର ପ୍ରାୟ 40 ଭାଗ ପୋଡିଯାଇଛି ।
ପାଚିକାଙ୍କ ଅସାବଧାନତା, ଗରମପାଣି ପଡି ଶିଶୁ କନ୍ୟା ଗୁରୁତର
ଅଙ୍ଗନବାଡି କେନ୍ଦ୍ରରେ ଅଘଟଣ । ଗରମପାଣି ପଡି 3 ବର୍ଷୀୟ ଶିଶୁ କନ୍ୟା ଗୁରୁତର । ଅଙ୍ଗନବାଡି କେନ୍ଦ୍ରର ସହାୟିକାକୁ ଏଥିପାଇଁ ଦାୟୀ କରିଛନ୍ତି ପରିବାର ବର୍ଗ ।
ଫଟୋ ସୌଜନ୍ଯ: ପ୍ରତିନିଧି, ସୁବର୍ଣ୍ଣପୁର
ସୂଚନାଥାଉକି, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେଂଝିରିଆପାଲି ପଞ୍ଚାୟତର ଜଟିଆପାଲି ଗାଁର ଅଙ୍ଗନବାଡିରେ ଏହି ଅଘଟଣ ଘଟିଛି । ଗାଁର ପଞ୍ଚାନନ ମହାକୁରଙ୍କ ୩ବର୍ଷୀୟ ଝିଅ ପ୍ରିତିମୟୀ ମହାକୁର ଦେହରେ ଗରମ ପାଣି ପଡିବାରୁ ତା'ର ଛାତିରୁ ପାଦ ଯାଏଁ ପୋଡିଯାଇଛି । ତେବେ ସଙ୍ଗେ ସଙ୍ଗେ ଶିଶୁଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ତେବେ ପରିବାର ଲୋକେ ପାଚିକାର ଏପରି କାର୍ଯ୍ୟକୁ ନିନ୍ଦା କରିବା ସହିତ କେନ୍ଦ୍ରର ସହାୟିକାକୁ ଏଥିପାଇଁ ଦାୟୀ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ