ସୁବର୍ଣ୍ଣପୁର: ଜିଲ୍ଲା ପୋଲିସ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟି ପକ୍ଷରୁ ଚାଲିଥିବା ମୁସ୍କାନ-3 ଅଭିଯାନରେ ଚାରି ଜଣ ନାବାଳକ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କ ତତ୍ବାବଧାନରେ ପୋଲିସ ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରିଛି । ସହରରୁ ଚାରି ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଆଗରେ ହାଜର କରାଯାଛି ।
ଅପରେସନ ମୁସ୍କାନ-3ରେ 4 ଶିଶୁ ଶ୍ରମିକ ଉଦ୍ଧାର
ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟି ପକ୍ଷରୁ ଚାଲିଥିବା ମୁସ୍କାନ-3 ଅଭିଯାନରେ ଚାରି ଜଣ ନାବାଳକ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।
ଫଟୋ ସୌଜନ୍ୟ- ପ୍ରତିନିଧି ସୁବର୍ଣ୍ଣପୁର
ତେବେ ଏହି ଶିଶୁ ଶ୍ରମିକମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ଓ ପଡୋଶୀ ବୌଦ୍ଧ ଜିଲ୍ଲାର ତିନିଜଣ । ଅନ୍ୟପଟେ ଜିଲ୍ଲାର ଉକ୍ତ ନାବାଳକକୁ ତାର ଅଭିଭାବକକୁ ହସ୍ତାନ୍ତର କରାଯାଇଛି । ସେହିପରି ବୌଦ୍ଧ ଜିଲ୍ଲାର ତିନି ଶିଶୁଙ୍କ ସୁରକ୍ଷା ଓ ହସ୍ତାନ୍ତର ପାଇଁ ବୌଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା କମିଟିକୁ ସୂଚନା ଦିଆଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ