ଓଡିଶା

odisha

ETV Bharat / state

ଡାକ୍ତରଖାନାରେ ରୋଗୀଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ - ଡାକ୍ତରଖାନାରେ ରୋଗୀଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ସୁବର୍ଣ୍ଣପୁର ଜିଲ୍ଲାରେ ସଟଡାଉନର ଦ୍ବିତୀୟ ଦିନରେ ମଧ୍ୟ ବିଜେପି କାର୍ଯ୍ୟକର୍ତ୍ତା ଓ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ...

ଡାକ୍ତରଖାନାରେ ରୋଗୀଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ଡାକ୍ତରଖାନାରେ ରୋଗୀଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

By

Published : May 23, 2021, 10:04 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ସଟଡାଉନର ଦ୍ବିତୀୟ ଦିନରେ ମଧ୍ୟ ବିଜେପି କାର୍ଯ୍ୟକର୍ତ୍ତା ଓ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ରୋଗୀଙ୍କ ପରିଜନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି।

ଡାକ୍ତରଖାନାରେ ରୋଗୀଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ଏଥି ସହିତ ଡାକ୍ତରଖାନାରେ କାର୍ଯ୍ୟରତ କୋରୋନା ଯୋଦ୍ଧାମାନଙ୍କୁ ଗରମ ରନ୍ଧା ଖାଦ୍ୟ ପ୍ରଦାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ବଳଦେବ ବେଦବାକ, କେଶରୀଆ ହିନ୍ଦୁ ବାହିନୀର ଜିଲ୍ଲା ସଭାପତି ବ୍ୟାସଦେବ ମିଶ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ମିଶ୍ର ପ୍ରମୁଖ କୋଭିଡ ପ୍ରୋଟୋକଲ ପାଳନ ପୂର୍ବକ ଗରମ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ ।

ପ୍ରତ୍ୟେକ ସଟଡାଉନ ଶନିବାର ଓ ରବିବାର ଦୁଇ ଦିନ ଧରି ଏହିପରି ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ବୋଲି ବଳଦେଵ ବେଦବାକ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details