ସୁବର୍ଣ୍ଣପୁର:ପଦାରେ ପଡିଲା ସମବାୟ ସମିତି ସମ୍ପାଦକଙ୍କ କଳା କାରନାମା । ଖାଲି ପଡିଆରେ ଧାନ ଚାଷ ହୋଇଥିବା ଦର୍ଶାଇ ଚାଷୀମାନଙ୍କ ନାମ ପଞ୍ଜୀକରଣ କରିବା ସହିତ ଧାନର ସର୍ବନିମ୍ନ ମୂଲ୍ୟ ହଡପ ଅଭିଯୋଗରେ ପାଞ୍ଚଜଣ ସମବାୟ ସମିତି ସମ୍ପାଦକଙ୍କୁ ନିଲମ୍ବିତ କରିଛନ୍ତି ସହକାରୀ ନିବନ୍ଧକ ।
ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ସମିତି ସମ୍ପାଦକ ମାନେ ବିଭିନ୍ନ କିସମ ଜମି ,କପା ଚାଷ ହୋଇଥିବା ଜମି ,କୋଠା ନିର୍ମାଣ ହୋଇଥିବା ଜାଗା ଓ ପଡ଼ିଆରେ ଧାନ ଚାଷ ହୋଇଥିବା ଦର୍ଶାଇ ଚାଷୀମାନଙ୍କ ନାଁ ପଞ୍ଜିକରଣ କରିଥିଲେ। ତେବେ ପୂର୍ବରୁ ଏଭଳି ଅନିୟମିତତା ହୋଇଥିବା ପ୍ରମାଣିତ ହେବା ପରେ ତିନି ଜଣ ରାଜସ୍ବ ନିରୀକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା।