ଓଡିଶା

odisha

ETV Bharat / state

ପ୍ରଥମେ ଭୋଟଦାନ, ପରେ ଜଳପାନ: ମୋଦି - second

ରାଜ୍ୟ ସରକାର ଓ କଂଗ୍ରେସ ଉପରେ ଜୋରଦାର ବର୍ଷିଲେ ମୋଦୀ । ଭଷ୍ଟାଚାର, ଖଣି, ପାଣି ଆଉ ଚିଟଫଣ୍ଡ, କିଛି ବି ଛାଡିନାହାଁନ୍ତି ପ୍ରଧାନମନ୍ତ୍ରୀ । ରାମେଶ୍ବର ଷ୍ଟାଡିୟମରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଆଟେକିଂ ମୁଡରେ ଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Apr 6, 2019, 5:09 PM IST

ସୁବର୍ଣ୍ଣପୁର: ରାମେଶ୍ବର ଷ୍ଟାଡିୟମରେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଲେ ମୋଦି । ଭ୍ରଷ୍ଟାଚାର, ଖଣି, ପାଣି ଆଉ ଚିଟଫଣ୍ଡ, କିଛି ବି ଛାଡିନାହାଁନ୍ତି ପ୍ରଧାନମନ୍ତ୍ରୀ । ବିଭିନ୍ନ ଦିନରୁ ନବୀନ ସରକାର ଉପରେ ଆଟାକ କରିଛନ୍ତି ମୋଦି । ଯୁବକମାନଙ୍କୁ ନିଯୁକ୍ତି, ମହିଳାଙ୍କ ସୁରକ୍ଷା ଏବଂ ପର୍ଯ୍ୟଟନର ବିକାଶର ସ୍ବପ୍ନ ସୁବର୍ଣ୍ଣପୁରବାସୀଙ୍କୁ ଦେଖାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଆଜି ଅପରାହ୍ନ 1ଟାରେ ସୋନପୁର ପହଞ୍ଚିଥିଲେ ମୋଦି । 1.14ରୁ 1.45 ପର୍ଯ୍ୟନ୍ତ ରାମେଶ୍ବର ଷ୍ଟାଡିୟମରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ । ପୁରା ଆଟାକିଂ ମୁଡରେ ଥିଲେ ମୋଦି । ଉଭୟ କଂଗ୍ରେସ ଓ ବିଜେଡି ଉପରେ ଜୋରଦାର ବର୍ଷିଥିଲେ ।

ଭୋଟରଙ୍କୁ ଉଦବୋଧନ ଦେଇ ମୋଦି କହିଥିଲେ, ରାଜ୍ୟରେ ବିଜେପି ଆସିଲେ କ୍ଷୀପ୍ରଗତିରେ ବିକାଶ ହେବ । ଯୁବକମାନଙ୍କୁ ନିଯୁକ୍ତି ମିଳିବ । ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବ । ପର୍ଯ୍ୟଟନର ବିକାଶ ହେବ । ମୋଦି ଆହୁରି ମଧ୍ୟ ଜନସାଧାରଣଙ୍କୁ ନିବେଦନ କରିଥିଲେ ଯେ ପ୍ରଥମେ ଭୋଟଦାନ ଏବଂ ପରେ ଜଳପାନ କରନ୍ତି । ଦେଶ ଗଠନରେ ସମସ୍ତ ନାଗରିକଙ୍କ ଭୁମିକା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି ।

ଜୟ ଜଗନ୍ନାଥ ଓ ଦେବୀ ମା' ସୁରେଶ୍ବରୀଙ୍କ ଜୟ ବୋଲି କହି ନିର୍ବାଚନ ପ୍ରଚାରର ଭାଷଣ ଆରମ୍ଭ କରିଥିଲେ ମୋଦି । ସମାବେଶରେ ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କନ୍ଧମାଳ ଓ ବଲାଙ୍ଗୀର ଲୋକସଭା ଓ ବିଧାନସଭାର ବିଜେପି ପ୍ରାର୍ଥୀମାନେ ଯୋଗ ଦେଇଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details