ଓଡିଶା

odisha

By

Published : Feb 25, 2021, 10:35 PM IST

ETV Bharat / state

ସୁବର୍ଣ୍ଣପୁର କବାଡିଖାନାରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ପୁରୁଣା ସାମଗ୍ରୀ ନଷ୍ଟ

ସୁବର୍ଣ୍ଣପୁର ଜିଲ୍ଲା କୁଞ୍ଜ ହୋଟେଲ ନିକଟସ୍ଥ କବାଡିଖାନାରେ ନିଆଁ । କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର କବାଡିଖାନାରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ପୁରୁଣା ସାମଗ୍ରୀ ନଷ୍ଟ
ସୁବର୍ଣ୍ଣପୁର କବାଡିଖାନାରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ପୁରୁଣା ସାମଗ୍ରୀ ନଷ୍ଟ

ସୁବର୍ଣ୍ଣପୁର: ସହରର କୁଞ୍ଜ ହୋଟେଲ ନିକଟରେ ଥିବା କବାଡିଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କବାଡିଖାନାରେ ଥିବା ଲକ୍ଷାଧିକ ଟଙ୍କାର ପୁରୁଣା ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ ।

ସୁବର୍ଣ୍ଣପୁର କବାଡିଖାନାରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ପୁରୁଣା ସାମଗ୍ରୀ ନଷ୍ଟ

ପ୍ରାଥମିକ ସୂଚନା ଅନୁଯୀୟୀ କେହି ଜଳନ୍ତା ସିଗାରେଟ କବାଡିଖାନା ପାଖରେ ଥିବା ଅଳିଆ ଗଦାକୁ ଫୋଫାଡ଼ି ଦେଇଥିବାରୁ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି । ସଦର ଅଗ୍ନିଶମ ବିଭାଗର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସହରରେ ସୃଷ୍ଟି ହେଉଥିବା ଅଳିଆ ଆବର୍ଜନା ସହର ବାହାରକୁ ନିଆଯାଉ ନ ଥିବାରୁ ଅନେକ ସମୟରେ ଏଭଳି ଘଟଣା ଦେଖିବାକୁ ମିଳୁଛି ।

ବିଶେଷକରି ଗ୍ରୀଷ୍ମ ଋତୁରେ ଅଳିଆ ଗଦାରେ ନିଆଁ ଲାଗୁଥିବାରୁ ପରିବେଶ ପ୍ରଦୂଷଣ ହେଉଥିବାରୁ ସହରବାସୀ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ତେବେ ଜନ ଜୀବନ ସୁରକ୍ଷା ଦୃଷ୍ଟିରୁ ସଭିଏଁ ସଚେତନ ହେବା ଜରୁରୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details