ଓଡିଶା

odisha

ETV Bharat / state

ପରିବହନ ବିଭାଗର ଅଚାନକ ଯାଞ୍ଚ, ମଦୁଆଙ୍କୁ ଫାଇନ ମାଡ଼

ଜିଲ୍ଲାରେ ଆରମ୍ଭ ହେଲା ଗାଡ଼ି ଯାଞ୍ଚ । ନୂଆ ଟ୍ରାଫିକ ନିୟମ ଅନୁଯାୟୀ ଆଇନ ଅମାନ୍ୟ କଲେ ଫାଇନ କରୁଛନ୍ତି ଯାଞ୍ଚ ଅଧିକାରୀ । ବିଶେଷ କରି ମଦ୍ୟପାନ କରୁଥିବା ଚାଳକଙ୍କ ଉପରେ ଭାରି ପଡିଛି ଏହି ଫାଇନ ମାଡ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Sep 16, 2019, 12:56 AM IST

ସୁବର୍ଣ୍ଣପୁର: ପରିବହନ ବିଭାଗ ଓ ପୋଲିସ ତରଫରୁ ଗାଡ଼ି ମୋଟର ଯାଞ୍ଚ କରାଯାଉଛି । ଏମଭିଆଇ ରବୀନ୍ଦ୍ର ପଟ୍ଟନାୟକ ଓ ଏସଡିପିଓ ମିହିର ପଣ୍ଡାଙ୍କ ମିଳିତ ନେତୃତ୍ବରେ ଏକ ନିରୀକ୍ଷକ ଦଳ ସହରର କୁଞ୍ଜ ହୋଟେଲ ଛକରେ ଆରମ୍ଭ କରିଛନ୍ତି ଯାଞ୍ଚ । ଵିଶେଷକରି ମଦ୍ୟପାନ କରି ଗାଡ଼ି ଡ୍ରାଇଭିଂ କରୁଥିବା ଚାଳକଙ୍କ ପ୍ରତି ନୂଆ ପରିବହନ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ବାଇକ ଓ ବଡ ଗାଡ଼ି ଡ୍ରାଇଭରମାନଙ୍କୁ ସଚେତନ କରିବା ସହିତ ସେମାନଙ୍କଠାରୁ ଜୋରିମାନା ମଧ୍ୟ ଆଦାୟ କରୁଛନ୍ତି ଅଧିକାରୀ । ଟ୍ରାଫିକ ଆଇନ ଉଲ୍ଲଘଂନ କରୁଥିବା ଗାଡ଼ି ଚାଳକଙ୍କୁ ଫାଇନ କରିଛନ୍ତି ଯାଞ୍ଚ ଟିମ୍ । ବାଇକ ଚାଳକମାନଙ୍କ ହେଲମେଟ, ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରାଯାଉଥିବା ବେଳେ ଆଲକୋହଲ ଟେଷ୍ଟ କରାଯାଉଛି । ସନ୍ଧ୍ୟା 6ଟାରୁ ଆରମ୍ଭ ହୋଇଥିବା ଏହି ଯାଞ୍ଚରେ 100ରୁ ଅଧିକ ଗାଡ଼ି ଚାଳକଙ୍କ ପାଖରୁ ଫାଇନ ଆଦାୟ କରାଯିବା ସହିତ ଚାଲାଣ କଟା ଯାଇଛି ।


ସେହିପରି ସରକାରୀ ବସ ଓ ବିଭିନ୍ନ ବିଭାଗର ଗାଡ଼ି ମୋଟର ବି ଯାଞ୍ଚ କରାଯାଉଛି । ଜିଲ୍ଲାର ବୀରମହରାଜପୁର ବିଧାୟକ ତଥା ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସମୀକ୍ଷା ପରେ ଉଭୟ ପୋଲିସ ଓ ପରିବହନ ବିଭାଗ ଗାଡ଼ି ମୋଟର ଯାଞ୍ଚ ପ୍ରକ୍ରିୟାକୁ ବେଶ କଡାକଡ଼ି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details