ଓଡିଶା

odisha

ETV Bharat / state

ଅର୍ଥ ଓ ପରିବହନ ମନ୍ତ୍ରୀଙ୍କୁ ସୁବର୍ଣ୍ଣପୁରରେ ସମ୍ବର୍ଦ୍ଧନା

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସୋନପୁର ବିଧାୟକ ତଥା ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ବୀରମହାରାଜପୁର ବିଧାୟକ ତଥା ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି  । ଏହାସହ ଦୁଇ ମନ୍ତ୍ରୀଙ୍କ ସହ ସଭାରେ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଆଲୋଚନା କରାଯାଇଛି ।

By

Published : Jun 6, 2019, 10:34 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟରେ କ୍ୟାବିନେଟ ପାହ୍ୟା ପାଇଥିବା ଦୁଇ ମନ୍ତ୍ରୀଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସୋନପୁର ବିଧାୟକ ତଥା ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ବୀରମହାରାଜପୁର ବିଧାୟକ ତଥା ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହାସହ ଦୁଇ ମନ୍ତ୍ରୀଙ୍କ ସହ ସଭାରେ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଆଲୋଚନା କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର


ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲାପାଳଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମନ୍ତ୍ରୀ ଦ୍ବୟଙ୍କୁ ସମ୍ମିଳନୀ କକ୍ଷକୁ ପାଛୋଟି ନେଇଥିଲେ । ଜିଲ୍ଲାପାଳ ମଧୂସୂଦନ ମିଶ୍ର ,ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ପ୍ରମୁଖ ମନ୍ତ୍ରୀ ଦ୍ବୟଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଆୟୋଜିତ ସଭାରେ ନିର୍ବାଚନ ଆଚରଣ ବିଧି ଉଠିବା ପରେ ବିକାଶ କାର୍ଯ୍ୟ ତ୍ବରାନ୍ବିତ ହୋଇଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ବିକାଶ ମୂଳକ କାର୍ଯ୍ୟରେ ରାଜ୍ୟ ସରକାରଙ୍କ ଅନୁଦାନ ଯୋଗାଇ ଦେବାପାଇଁ ଜିଲ୍ଲାପାଳ ମନ୍ତ୍ରୀ ଦ୍ବୟଙ୍କୁ ଅନୁରୋଧ କରିଥିଲେ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିକାଶମୂଳକ କାର୍ଯ୍ୟ ପାଇଁ ଅର୍ଥର ଅଭାବ ନାହିଁ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସେହିପରି ପଦ୍ମନାଭ ବେହେରା ଖାଲି ସୁବର୍ଣ୍ଣପୁର କାହିଁକି ସାରା ରାଜ୍ୟରେ ପରିବହନ କ୍ଷେତ୍ରର ବିକାଶ ତାଙ୍କର ମୂଳ ଲକ୍ଷ୍ୟ ବୋଲି କହିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details