ସୋନପୁର:ଏମିତି ବି ଆସେ ମୃତ୍ୟୁ । ବାପାକୁ ହସ୍ପିଟାଲ ନେଇଥିବା ବେଳେ ଚାଲିଗଲା ପୁଅର ଜୀବନ । ପୁଅର ମୃତ୍ୟୁ ଖବର ଶୁଣିବା ପରେ ବାପାର ଉଡିଗଲା ପ୍ରାଣବାୟୁ । ଶେଷରେ ଏକା ସାଙ୍ଗରେ ଗୋଟିଏ ଶ୍ମଶାନରେ ଜଳିଲା ବାପା ପୁଅଙ୍କ ଜୁଇ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସୋନପୁର ଜିଲ୍ଲାର ତରଭା ଅଞ୍ଚଳରେ । ବାପା ପୁଅଙ୍କ ଏକା ସଙ୍ଗେ ମୃତ୍ୟୁ ଘଟିବା ପରେ ଆବାକ ଗ୍ରାମବାସୀ । ମୃତକ ଦ୍ବୟ ହେଉଛନ୍ତି ପୁଅ ଆର୍ତ୍ତତ୍ରାଣ ଓ ତାଙ୍କ ବାପା ଆଦି ସା ।
ମିଳିଥିବା ସୂଚନା ଅନୁଯାୟୀ, ଆଦି ସା ପରିଣତ ବୟସରେ ପହଞ୍ଚି ଥିଲେ ହେଁ ସେ ବିନା କାହାରି ସହାୟତାରେ ନିଜ ଦୈନନ୍ଦିନ କାର୍ଯ୍ୟ କରୁଥିଲେ । କିନ୍ତୁ ହଠାତ ତାଙ୍କ ଦେହ ଖରାପ ହେବାରୁ ପୁଅ ଆର୍ତ୍ତତ୍ରାଣ ତାଙ୍କୁ ତରଭାରେ ଥିବା ଚିକିତ୍ସାଳୟକୁ ନେଇଥିଲେ । ଚିକିତ୍ସିତ ହେବା ପରେବି ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା । ପରେ ପୁଅ ଆର୍ତ୍ତତ୍ରାଣ ବାପାଙ୍କୁ ଅଧିକ ଚିକିତ୍ସା ଉଦ୍ଦେଶ୍ୟରେ ବଲାଙ୍ଗୀର ଭୀମଭୋଇ ଚିକିତ୍ସାଳୟକୁ ନେଇଥିଲେ । ବର୍ହିଃ ବିଭାଗରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ଆଦି ସାଙ୍କୁ ଶଯ୍ୟାକୁ ନେବା ପାଇଁ କହିଥିଲେ । ଏହି ସମୟରେ ପୁଅ ଆର୍ତ୍ତତ୍ରାଣ ନିଜ ଆତ୍ମୀୟ ସ୍ବଜନଙ୍କ ସହିତ ବାପାଙ୍କୁ ଶଯ୍ୟାକୁ ନେବା ସମୟରେ ନିଜେ ଅସୁସ୍ଥ ଅନୁଭବ କରୁଥିବା କହି କିଛି ସମୟ ତଳେ ବସି ପଡିଥିଲେ ।